Posts

ପୁସ୍ତକଠାରୁ ବାସ୍ତବ ଅନୁଭବରୁ ବ୍ୟବସାୟ ଚଳାଇବାର କଳା ସର୍ବଦା ଶିକ୍ଷଣୀୟ।

Image
ଦର ତାଲିକାକୁ ନେଇ ଉଦ୍ୟୋଗୀଙ୍କ ପ୍ରଶଂସାରେ “ରାସ୍ତା କଡର ଛୋଟ ବ୍ୟବସାୟୀ “ ପରିଚାଳନା ପାଠ୍ୟକ୍ରମ ରେ କୌଣସି ଡିଗ୍ରୀ ନଥିଲେ ବି ବାସ୍ତବ ଅନୁଭବରୁ ବ୍ୟବସାୟ ପରିଚାଳନକୁ ପ୍ରଶଂସା କରିଛନ୍ତି ଅନେକ। ଛୋଟ ବ୍ୟବସାୟୀ ଙ୍କ ଠାରେ ବ୍ୟବସାୟିକ କୌଶଳ କୁ ସମସ୍ତେ ଫସନ୍ଦ କରିଛନ୍ତି। ସାଧାରଣ ଏକ ଆଖୁ ରସ ଦୋକାନର ଦର ତାଲିକା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଉଦ୍ୟୋଗୀ ଏହି ଦର ତାଲିକାର ଫଟୋ ସେୟାର କରି ରାସ୍ତା କଡ଼ର ବ୍ୟବସାୟୀଙ୍କ ବ୍ୟବସାୟିକ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି। ତାଙ୍କ ମତରେ, ଏହି ଛୋଟ ବ୍ୟବସାୟୀ ବ୍ୟବସାୟର ମୂଳ ନୀତିକୁ ଏପରି ଭାବେ ବୁଝିଛନ୍ତି, ଯାହା ଅନେକ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ପାଇଁ ମଧ୍ୟ ଶିକ୍ଷଣୀୟ।  ଲିଙ୍କଡଇନ୍‌ରେ ସେୟାର ହୋଇଥିବା ଫଟୋରେ ଦେଖାଯାଉଛି ଯେ, ବରଫ ବିନା ଆଖୁ ରସର ଦାମ ୩୦ ଟଙ୍କା, ବରଫ ସହ ୨୫ ଟଙ୍କା ଏବଂ ଅଧା ଗ୍ଲାସର ମୂଲ୍ୟ ୨୦ ଟଙ୍କା ରଖାଯାଇଛି। ପ୍ରଥମ ଦୃଷ୍ଟିରେ ଏହା ସାଧାରଣ ଦର ତାଲିକା ଲାଗୁଥିଲେ ମଧ୍ୟ, ଏହା ପଛରେ ଲୁଚିଥିବା ବ୍ୟବସାୟିକ କୌଶଳ ଅନେକଙ୍କୁ ଆକର୍ଷିତ କରିଛି।  ଉଦ୍ୟୋଗୀଙ୍କ କହିବା ଅନୁସାରେ, ଏହି ଦର ନିର୍ଦ୍ଧାରଣରେ ଗ୍ରାହକଙ୍କ ପସନ୍ଦ, ଖର୍ଚ୍ଚ ନିୟନ୍ତ୍ରଣ ଓ ବିକ୍ରି ବଢ଼ାଇବାର କୌଶଳ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି। ବ୍ୟବସାୟୀ କୌଣସି ପ୍ରତିଷ୍ଠିତ ପରିଚାଳନା ସଂସ୍ଥାରେ ପାଠ ପଢ଼ି ନଥିଲେ ମଧ୍...

ବାସ୍ତବ କାର୍ଯ୍ୟକାରିତା ଉପରେ ନିର୍ଭର କରିବ ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ସ୍ଵାକ୍ଷର।

Image
  ପଶ୍ଚିମ ଏସିଆ ଯୁଦ୍ଧ। ଶାନ୍ତି ଚୁକ୍ତିରେ ସ୍ଵାକ୍ଷର କଲେ ଇସ୍ରାଏଲ, ଲେବନନ ଓ ଆମେରିକା। ହେଜବୋଲ୍ଲାର ଅସ୍ତ୍ରଧାରୀ କ୍ଷମତା ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ନହେବା ପର୍ଯ୍ୟନ୍ତ ସୀମା ସୁରକ୍ଷାକୁ ନେଇ ସତର୍କ ରହିବୁ :-ଇସ୍ରାଏଲ। ବଳପୂର୍ବକ ନିରସ୍ତ୍ରୀକରଣର ଚେଷ୍ଟା ନୂଆ ସଂଘର୍ଷ କିମ୍ବା ଗୃହଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇପାରେ। ପଶ୍ଚିମ ଏସିଆ ଯୁଦ୍ଧ: ଲେବାନନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ତ୍ରିପାକ୍ଷିକ ଫ୍ରେମୱାର୍କ ଚୁକ୍ତି ସ୍ୱାକ୍ଷର, ଶାନ୍ତି ଦିଗରେ ବଡ଼ ପଦକ୍ଷେପ। ପଶ୍ଚିମ ଏସିଆରେ ଦୀର୍ଘଦିନ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଦେଖିବାକୁ ମିଳିଛି। ଆମେରିକାର ମଧ୍ୟସ୍ଥତାରେ ଲେବାନନ, ଇସ୍ରାଏଲ ଓ ଆମେରିକା ୱାଶିଂଟନରେ ଏକ ତ୍ରିପାକ୍ଷିକ ଫ୍ରେମୱାର୍କ ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି। ଏହାକୁ ଭବିଷ୍ୟତରେ ସ୍ଥାୟୀ ଶାନ୍ତି ଆଲୋଚନାର ପ୍ରଥମ ପଦକ୍ଷେପ ବୋଲି ବର୍ଣ୍ଣନା କରାଯାଉଛି।  ଚୁକ୍ତିର ମୁଖ୍ୟ ବିଷୟ ଏହି ଫ୍ରେମୱାର୍କ ଅନୁଯାୟୀ, ଦକ୍ଷିଣ ଲେବାନନରେ ଲେବାନନ ସେନାର ନିୟନ୍ତ୍ରଣ ବଢ଼ାଇବା, କିଛି ଅଞ୍ଚଳରୁ ଇସ୍ରାଏଲୀ ସେନାର ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର ଏବଂ ସୁରକ୍ଷା ସମନ୍ୱୟ ପାଇଁ ଏକ ସାମରିକ ସମନ୍ୱୟ ଗୋଷ୍ଠୀ ଗଠନ କରାଯିବ। ଆମେରିକା ଲେବାନନ ପାଇଁ ମାନବିକ ସହାୟତା ମଧ୍ୟ ଘୋଷଣା କରିଛି।  ଆମେରିକାର ପ୍ରତିକ୍ରିୟା ଆମେରିକାର ବିଦେଶ...

ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି 235 ଜୀବନ।

Image
ଉଦ୍ଧାର କାର୍ଯ୍ୟ ଜାରି.। ଆନ୍ତ୍ରାଜାତୀୟ ସହାୟତା ଆରମ୍ଭ। ଭେନେଜୁଏଲାର ଉତ୍ତର ଅଞ୍ଚଳରେ ଘଟିଥିବା ଏହିପରି ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ପରେ ମୃତ୍ୟୁସଂଖ୍ୟା ବଢ଼ି ୨୩୫ରେ ପହଞ୍ଚିଛି। ସରକାରୀ ସୂଚନା ଅନୁସାରେ ୪,୩୦୦ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ଅନେକ ଲୋକ ଏବେ ମଧ୍ୟ ଧ୍ୱଂସସ୍ତୂପ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।  ରାଜଧାନୀ କାରାକାସ ସମେତ ଲା ଗୁଆଇରା ଅଞ୍ଚଳରେ ବହୁ ଘର, ଆପାର୍ଟମେଣ୍ଟ ଓ ଅନ୍ୟାନ୍ୟ ଭବନ ଭୁଶୁଡ଼ି ପଡ଼ିଛି। ଉଦ୍ଧାରକାରୀ ଦଳ ଓ ସ୍ୱେଚ୍ଛାସେବୀମାନେ ଜୀବିତ ଲୋକଙ୍କୁ ଖୋଜିବା ପାଇଁ ଦିନରାତି ଉଦ୍ୟମ ଜାରି ରଖିଛନ୍ତି।  ଯୁକ୍ତରାଷ୍ଟ୍ର ଭୂତାତ୍ତ୍ୱିକ ସର୍ବେକ୍ଷଣ (USGS) ଅନୁସାରେ ଏହି ଦୁଇଟି ଭୂମିକମ୍ପର ତୀବ୍ରତା କ୍ରମେ ୭.୨ ଓ ୭.୫ ଥିଲା। ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ସେବା ଜୋରଦାର କରାଯାଇଥିବାବେଳେ ଆନ୍ତର୍ଜାତୀୟ ସହାୟତା ମଧ୍ୟ ପହଞ୍ଚିବା ଆରମ୍ଭ ହୋଇଛି। କର୍ତ୍ତୃପକ୍ଷଙ୍କ ଆଶଙ୍କା ଅନୁସାରେ ଉଦ୍ଧାର କାର୍ଯ୍ୟ ଆଗକୁ ବଢ଼ିବା ସହ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ।

Pay Commission ର ଉଦ୍ଦେଶ୍ୟ ଓ ଭବିଷ୍ୟତ

Image
#pay commission #History  ଭାରତରେ Pay Commission : ଇତିହାସ, ଉଦ୍ଦେଶ୍ୟ, ପ୍ରଭାବ ଓ ଭବିଷ୍ୟତର ଆବଶ୍ୟକତା ଭାରତରେ ସରକାରୀ କର୍ମଚାରୀଙ୍କ ବେତନ, ଭତ୍ତା, ପେନସନ ଓ ସେବା ସର୍ତ୍ତାବଳୀକୁ ସମୟୋପଯୋଗୀ କରିବା ପାଇଁ କେନ୍ଦ୍ର ସରକାର ସମୟ ସମୟରେ Pay Commission (ବେତନ କମିଶନ) ଗଠନ କରିଥାନ୍ତି। ଏହା ଏକ ବିଶେଷଜ୍ଞ କମିଟି, ଯାହା ସରକାରୀ କର୍ମଚାରୀଙ୍କ ବେତନ ଗଠନର ସମୀକ୍ଷା କରି ନୂତନ ସୁପାରିଶ ପ୍ରଦାନ କରେ। ଏହାର ପ୍ରଭାବ କେବଳ ସରକାରୀ କର୍ମଚାରୀଙ୍କ ଉପରେ ସୀମିତ ନୁହେଁ, ବରଂ ଦେଶର ଅର୍ଥନୀତି, ରାଜସ୍ୱ ବ୍ୟବସ୍ଥା ଏବଂ ରାଜ୍ୟ ସରକାରମାନଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡ଼ିଥାଏ। Pay Commission କେବେ ଆରମ୍ଭ ହେଲା? ସ୍ୱାଧୀନତା ପରେ ଭାରତ ସରକାର 1946 ମସିହାରେ ପ୍ରଥମ Pay Commission ଗଠନ କରିଥିଲେ। ଏହାର ମୂଳ ଉଦ୍ଦେଶ୍ୟ ଥିଲା ସରକାରୀ କର୍ମଚାରୀଙ୍କ ପାଇଁ ଏକ ନ୍ୟାୟସଙ୍ଗତ ଏବଂ ସନ୍ତୁଳିତ ବେତନ ବ୍ୟବସ୍ଥା ପ୍ରସ୍ତୁତ କରିବା। ଏପର୍ଯ୍ୟନ୍ତ ଭାରତରେ ସାତଟି Pay Commission ଗଠନ ହୋଇସାରିଛି— ପ୍ରଥମ Pay Commission – 1946 ଦ୍ୱିତୀୟ Pay Commission – 1957 ତୃତୀୟ Pay Commission – 1970 ଚତୁର୍ଥ Pay Commission – 1983 ପଞ୍ଚମ Pay Commission – 1994 ଷଷ୍ଠ Pay Commission – 2006 ସପ୍ତମ Pay Commission – 2014 ସପ୍ତମ Pay Commission ର ସୁପାରିଶ 2016 ମସ...

ସମୟର ପରିବର୍ତ୍ତନକୁ ବୁଝିବା ଭବିଷ୍ୟତ ପାଇଁ ଭଲ ନିଷ୍ପତ୍ତି |

Image
ଦିନ ଥିଲା ଯେତେବେଳେ ସରକାରୀ ଚାକିରୀ ପ୍ରତି ଲୋକଙ୍କର ଆଗ୍ରହ ନଥିଲା, ଆମ ଜେଜେ ପିଢ଼ିର ଲୋକ ଙ୍କ ମା ବାପା ପିଲାଙ୍କୁ ବାହାରକୁ ଛାଡିବାକୁ ମନାକରୁଥିଲେ, ଏବଂ କହୁଥିଲେ ଯେତିକି ଜିମି ଅଛି ଚାଷ କଲେ ଆଉ କିଏ ଖାଇବ। କିନ୍ତୁ ସମୟ ବଦଳି ଯାଇଛି। ସରକାରୀ ଚାକିରୀ ର ମୂଲ୍ୟ ବର୍ଣ୍ଣନା କରିବା ଅସମ୍ଭବ, ଆହୁରି ଗୋଟିଏ କଥା, ପୁରୁଣା ଲୋକମାନେ ରାସ୍ତାକଡର ଜମି ନକିଣି ବିଲ ଜମିକୁ ପସନ୍ଦ କରୁଥିଲେ, କିନ୍ତୁ ଆଜିର ଦିନରେ ରାସ୍ତାକଡର ଜମି ମୂଲ୍ୟ ବର୍ଣନା କରିବା ସମ୍ଭବ ହେଉନାହିଁ।  ସମୟର ପରିବର୍ତ୍ତନ : ଯାହାକୁ ଗତକାଲି ଅବହେଳା କରାଯାଉଥିଲା, ଆଜି ସେହି ହୋଇଛି ସବୁଠାରୁ ମୂଲ୍ୟବାନ ମଣିଷର ଜୀବନରେ ଯେପରି ସମୟ ପରିବର୍ତ୍ତନ ଆସେ, ସେହିପରି ସମାଜର ଚିନ୍ତାଧାରା, ଜୀବିକାର ଉପାୟ ଏବଂ ସମ୍ପତ୍ତିର ମୂଲ୍ୟ ମଧ୍ୟ ସମୟ ସହ ବଦଳିଯାଏ। ଇତିହାସକୁ ଦେଖିଲେ ଜଣାପଡ଼େ ଯେ ଏକ ସମୟରେ ଯାହାକୁ ଲୋକମାନେ ସାଧାରଣ ବା ଅନାବଶ୍ୟକ ଭାବୁଥିଲେ, ସମୟର ପ୍ରବାହରେ ସେହି ଜିନିଷ ଅମୂଲ୍ୟ ହୋଇଯାଇଛି। ସରକାରୀ ଚାକିରି ଏବଂ ରାସ୍ତାକଡ଼ର ଜମି ଏହାର ଦୁଇଟି ଜ୍ୱଳନ୍ତ ଉଦାହରଣ। ଆଜି ଲକ୍ଷ ଲକ୍ଷ ଯୁବକ-ଯୁବତୀ ସରକାରୀ ଚାକିରି ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି କରୁଛନ୍ତି। ଅନ୍ୟପକ୍ଷରେ, ରାସ୍ତାକଡ଼ର ଏକ ଛୋଟ ଜମି ମଧ୍ୟ କୋଟି କୋଟି ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଆମର ଜେଜେ ବାପାଙ୍କ ସମୟରେ ଚିତ୍ରଟି ସମ୍ପୂର୍ଣ୍ଣ ଅଲଗା ଥିଲା। ପୁ...

ସାଧାରଣ ଜନତା ଓ ବେକାର ଯୁବବର୍ଗ ଙ୍କ ପାଇଁ ବାଧ୍ୟତାମୂଳକ ସଞ୍ଚୟ ବ୍ୟବସ୍ଥାର ଆବଶ୍ୟକତା ରହିଛି |

Image
  ଆର୍ଥିକ ସୁରକ୍ଷା କେବଳ ସରକାରୀ ଚାକିରି ପାଇଁ ନୁହେଁ : ସାଧାରଣ ଜନତା ଓ ବେକାର ଯୁବବର୍ଗ ଙ୍କ ପାଇଁ ବାଧ୍ୟତାମୂଳକ ସଞ୍ଚୟ ବ୍ୟବସ୍ଥାର ଆବଶ୍ୟକତା ରହିଛି | ଏକ ସମାଜର ପ୍ରକୃତ ବିକାଶ କେବଳ ବଡ଼ ବଡ଼ ରାସ୍ତା, କାରଖାନା କିମ୍ବା ଉଚ୍ଚ ଅଟ୍ଟାଳିକା ଦ୍ୱାରା ମାପାଯାଏ ନାହିଁ। ଏହା ମାପାଯାଏ ଏହି କଥାରୁ ଯେ, ସେହି ସମାଜର ସାଧାରଣ ଲୋକ, ଦୈନିକ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ, ବେକାର ଯୁବକ ଏବଂ ଅସଂଗଠିତ କ୍ଷେତ୍ରର କର୍ମଚାରୀ ଭବିଷ୍ୟତ ପାଇଁ କେତେ ସୁରକ୍ଷିତ ଅଛନ୍ତି। ଭାରତର ବାସ୍ତବତାକୁ ଦେଖିଲେ ଏକ କଥା ସ୍ପଷ୍ଟ ଭାବରେ ନଜରକୁ ଆସେ। ଜଣେ ସରକାରୀ କର୍ମଚାରୀ କିମ୍ବା ପେନସନ ପାଉଥିବା ବ୍ୟକ୍ତିଙ୍କ ଜୀବନରେ ଏକ ପ୍ରକାର ଆର୍ଥିକ ସ୍ଥିରତା ରହିଥାଏ। ପ୍ରତି ମାସରେ ନିର୍ଦ୍ଦିଷ୍ଟ ଆୟ, ଅବସର ପରେ ପେନସନ, ବିଭିନ୍ନ ସରକାରୀ ସୁବିଧା ଏବଂ ସାମାଜିକ ସୁରକ୍ଷା ସେମାନଙ୍କୁ ଭବିଷ୍ୟତ ପାଇଁ ଅଧିକ ନିଶ୍ଚିନ୍ତ କରିଥାଏ। କିନ୍ତୁ ଅନ୍ୟପଟେ, ଜଣେ ସାଧାରଣ ନାଗରିକ, ଅସଂଗଠିତ କ୍ଷେତ୍ରର ଶ୍ରମିକ କିମ୍ବା ବେକାର ଯୁବକଙ୍କ ପାଇଁ ନିଶ୍ଚିତ ରୋଜଗାର ଓ ଭବିଷ୍ୟତର ଆର୍ଥିକ ସୁରକ୍ଷା ଅନେକ ସମୟରେ ଏକ ଦୂର ସ୍ୱପ୍ନ ପରି ଲାଗେ। ସରକାରୀ ଚାକିରି ଓ ଆର୍ଥିକ ସ୍ଥିରତା ଭାରତରେ ସରକାରୀ ଚାକିରି ପ୍ରତି ଆକର୍ଷଣର ସବୁଠାରୁ ବଡ଼ କାରଣ କେବଳ ବେତନ ନୁହେଁ। ବରଂ ଏହା ସହ ଜଡ଼ିତ ଦୀର୍ଘମିଆଦି ଆର୍ଥିକ ସୁରକ୍ଷା। ଜଣେ ସରକାରୀ କ...

"ଯେଉଁ ମାନେ କିଛି ବି ଶିଖିନାହାନ୍ତି", ସେମାନେ ଶିଖାଇବେ କଣ?

Image
  ଗାଁର ଗୋଟିଏ ପୁରୁଣା ବରଗଛ ତଳେ ପ୍ରତିଦିନ ସନ୍ଧ୍ୟାରେ ଅନେକ ଲୋକ ବସୁଥିଲେ। କେହି ଚାଷୀ, କେହି ଦୋକାନୀ, କେହି ଛାତ୍ର। ସେମାନଙ୍କ ମଧ୍ୟରେ ଜଣେ ଯୁବକ ଥିଲା, ନାମ ଅମର । ସେ ପ୍ରତିଦିନ ମୋବାଇଲରେ ସୋସିଆଲ ମିଡ଼ିଆ ଦେଖୁଥିଲା ଏବଂ ସେଠାରୁ ମିଳୁଥିବା ବଡ଼ ବଡ଼ ଉପଦେଶ ସବୁକୁ ଶୁଣାଉଥିଲା। "ସଫଳତା ପାଇବାକୁ କେବଳ ବଡ଼ ସ୍ବପ୍ନ ଦେଖ।" "ଯେଉଁମାନେ ତୁମକୁ ବୁଝନ୍ତି ନାହିଁ, ସେମାନଙ୍କୁ ଛାଡ଼ିଦିଅ।" "ଦୁନିଆର ସବୁଠାରୁ ବଡ଼ ଶକ୍ତି ହେଉଛି ନିଜ ଉପରେ ବିଶ୍ୱାସ।" ଏପରି ବାକ୍ୟ ଶୁଣି ଅନେକ ଲୋକ ହାତତାଳି ଦେଉଥିଲେ। କାରଣ ବାକ୍ୟଗୁଡ଼ିକ ଶୁଣିବାକୁ ଭଲ ଲାଗୁଥିଲା। କିନ୍ତୁ ଗାଁର ଜଣେ ବୃଦ୍ଧ କାରିଗର,ବୁଦ୍ଧିରାମ  ବାବୁ, ସବୁବେଳେ ଚୁପଚାପ ବସି ରହୁଥିଲେ। ଦିନେ ଅମର  ପଚାରିଲା, "ବାବୁ, ଆପଣ କେବେ ମୋ କଥାର ପ୍ରଶଂସା କରୁନାହାନ୍ତି କାହିଁକି?" ବୁଦ୍ଧିରାମ  ବାବୁ ହସି କହିଲେ, "କଥା ଭଲ କି ଖରାପ, ତାହା ମୁଁ ଦେଖେନି। ମୁଁ ଦେଖେ, ସେ କଥା କାମରେ କେତେ ଦୂର ଚାଲିପାରିବ।" ଅମର  କହିଲା, "ଏବେ ଜ୍ଞାନର ଯୁଗ। ଗୋଟିଏ ବାକ୍ୟ ମଣିଷର ଜୀବନ ବଦଳାଇଦେଇପାରେ।" ବୁଦ୍ଧିରାମ  ବାବୁ କିଛି କହିଲେ ନାହିଁ। ପରଦିନ ସକାଳେ ସେ ଅମର କୁ ନିଜ କାରଖାନାକୁ ଡାକିଲେ। ସେଠାରେ ଗୋଟିଏ ଭଙ୍ଗା ହଳ ପଡ଼ିଥିଲା। ବୁଦ୍ଧିରାମ  ବାବୁ କହିଲେ, "ତୁମେ ତ ବହୁତ...