ସୁରକ୍ଷିତ ଓ କ୍ଲାଉଡ଼ ଆଧାରିତ ପ୍ଲାଟଫର୍ମ "ଡିଜିଲକର"

ଭାରତ ସରକାରଙ୍କ ଡିଜିଟାଲ ଭାରତ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଡିଜିଲକର। ଏହା ଏକ ସୁରକ୍ଷିତ କ୍ଲାଉଡ୍ ଆଧାରିତ ପ୍ଲାଟଫର୍ମ, ଯେଉଁଥିରେ ନାଗରିକମାନେ ନିଜର ଦରକାରୀ ଡକ୍ୟୁମେଣ୍ଟ (ଯଥା ପାନ ଆଧାର , ଡ୍ରାଇଭିଂ ଲାଇସେନ୍ସ, ଆରସି , ଶିକ୍ଷା ପ୍ରମାଣପତ୍ର ଓ ଅନ୍ୟାନ୍ୟ ପ୍ରମାଣପତ୍ର ଇତ୍ୟାଦି) କୁ ଡିଜିଟାଲ ଭାବରେ ସଂରକ୍ଷଣ କରିପାରନ୍ତି। ଏହାକୁ Ministry of Electronics and Information Technology (MeitY) ଦ୍ୱାରା ପରିଚାଳିତ କରାଯାଉଛି।

ଡିଜିଲକର କ’ଣ?

ଡିଜିଲକର ହେଉଛି ଏକ ଡିଜିଟାଲ ଡକ୍ୟୁମେଣ୍ଟ ୱାଲେଟ,,ଯେଉଁଠାରେ ଆପଣ ନିଜର ଦଳିଲଗୁଡ଼ିକୁ ନିରାପଦ ଭାବରେ ରଖିପାରିବେ। ଏହା ଆଧାର ସହିତ ଲିଙ୍କ ହୋଇଥାଏ, ଯାହାଦ୍ୱାରା ଆପଣଙ୍କର ଡକ୍ୟୁମେଣ୍ଟ ସତ୍ୟତା ଯାଞ୍ଚ ଭାବରେ ଉପଲବ୍ଧ ହୁଏ।

ଡିଜିଲକରର କାର୍ଯ୍ୟକାରିତା 

 ଡକ୍ୟୁମେଣ୍ଟ ସଂରକ୍ଷଣ

ଆପଣ ନିଜର ସମସ୍ତ ଦରକାରୀ ଡକ୍ୟୁମେଣ୍ଟକୁ PDF, JPEG ଇତ୍ୟାଦି ଫର୍ମାଟରେ ଅପଲୋଡ଼ କରି ସୁରକ୍ଷିତ ରଖିପାରିବେ।

 ଅଟୋମେଟିକ ଡକ୍ୟୁମେଣ୍ଟ ଫେଚ୍

 ସମସ୍ତ ଡକ୍ୟୁମେଣ୍ଟ ସରକାରୀ ବିଭାଗ ଠାରୁ ସିଧାସଳଖ ଫେଚ୍ କରିପାରିବେ।

ଡକ୍ୟୁମେଣ୍ଟ ଶେୟରିଂ

ଡିଜିଲକର ମାଧ୍ୟମରେ ଆପଣ ଯେକୌଣସି ସଂସ୍ଥାକୁ ଡିଜିଟାଲ ଡକ୍ୟୁମେଣ୍ଟ ଶେୟରିଂ କରିପାରିବେ।

 ଇ-ସାଇନ ସୁବିଧା

ଆପଣ ଡିଜିଟାଲ ସାଇନ୍ କରି  ଡକ୍ୟୁମେଣ୍ଟକୁ ସଠିକ୍ କରିପାରିବେ।

QR କୋଡ ଦ୍ୱାରା ସତ୍ୟତା ଯାଞ୍ଚ

ପ୍ରତ୍ୟେକ ଡକ୍ୟୁମେଣ୍ଟରେ QR code ଥାଏ, ଯାହା ଦ୍ୱାରା ଏହାର ସତ୍ୟତା ଯାଞ୍ଚ କରାଯାଏ।

 ଡିଜିଲକର ବ୍ୟବହାରର ଉପକାରିତା

 କାଗଜ ରହିତ ବ୍ୟବସ୍ଥା

ଆପଣଙ୍କୁ କାଗଜ ଡକ୍ୟୁମେଣ୍ଟ ନେବା ଦରକାର ପଡେ ନାହିଁ।

  ସୁରକ୍ଷା 

ଡିଜିଲକର ଉଚ୍ଚ ସ୍ତରର ଏନକ୍ରିପସନ୍ ସହିତ ସୁରକ୍ଷିତ ରହେ।

 ସରକାରୀ କାମରେ ଡକ୍ୟୁମେଣ୍ଟ ଖୋଜିବାରେ ସମୟ ବଞ୍ଚାଏ।

  ଯେକୌଣସି ସମୟରେ ଉପଲବ୍ଧ ହେବ।

ମୋବାଇଲ୍ ବା କମ୍ପ୍ୟୁଟର ରୁ 24x7 ଏହାକୁ ବ୍ୟବହାର କରିପାରିବେ।

 ଡିଜିଲକରର ଡକ୍ୟୁମେଣ୍ଟ ଗୁଡ଼ିକ ସରକାରୀ ସତ୍ୟତା ଯାଞ୍ଚ ଭାବରେ  ଥାଏ।

 ହାରାଇବା ଭୟ ରହେ ନାହିଁ।

କାଗଜ ଡକ୍ୟୁମେଣ୍ଟ ଭଳି ହରାଇଯିବାର ଆଶଙ୍କା ନାହିଁ।

 ଡିଜିଲକର ବ୍ୟବହାର କଲେ କଣ କଣ ସୁବିଧା ମିଳେ?

ସରକାରୀ କିମ୍ବା ବେସରକାରୀ ସ୍ତରରେ ଯାଞ୍ଚ ବେଳେ ଦେଖାଇବା ପାଇଁ କାଗଜ କପି ଦରକାର ପଡେ ନାହିଁ

ନିଯୁକ୍ତି ପାଇଁ ଆବେଦନ,କଲେଜ ରେ ନାମଲେଖା,ସରକାରୀ ଯୋଜନା, ବିଭିନ୍ନ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଶୀଘ୍ର ହୋଇଥାଏ 

ଆଇନଗତ ମାନ୍ୟତା (ନାୟିକ ଏବଂ ବୈଧ )

ଡିଜିଲକରରେ ଥିବା ଡକ୍ୟୁମେଣ୍ଟଗୁଡ଼ିକୁ ଭାରତ ସରକାର ଆଇନଗତ ଭାବରେ ମାନ୍ୟତା ଦେଇଛନ୍ତି।

 IT Act, 2000

Information Technology Act 2000 ଅନୁସାରେ ଡିଜିଟାଲ ଡକ୍ୟୁମେଣ୍ଟ ଓ ଇ-ସାଇନ ଆଇନଗତ ଭାବରେ ସଠିକ୍।

ସରକାରୀ ବ୍ୟବସ୍ଥା ଅନୁସାରେ ଡିଜିଲକର ର ତଥ୍ୟ ସମସ୍ତ ବିଭାଗ ଗ୍ରହଣ କରିବା ଆବଶ୍ୟକ।

ସୁରକ୍ଷା ବ୍ୟବସ୍ଥା

Aadhaar-based login

OTP verification

Encrypted cloud storage

ISO certified ସ୍ଵଷ୍ଟଏମ

ଏହାର ଅର୍ଥ, ଆପଣଙ୍କର ଡାଟା ଉଚ୍ଚ ସ୍ତରରେ ସୁରକ୍ଷିତ ରହେ।

ଭାରତୀୟ ନାଗରିକ ଏହାକୁ ବ୍ୟବହାର କରିପାରିବେ।

ଆଧାର ନମ୍ବର ଥିବା ଯେକୌଣସି ବ୍ୟକ୍ତି

(ଛାତ୍ର , ଚାକିରୀରେ ଥିବା ବ୍ୟକ୍ତି , ବ୍ୟବସାୟୀ, ଓ ଅନ୍ୟାନ୍ୟ ପେଶାଦାର ) ସମସ୍ତେ ଏହାକୁ ବ୍ୟବହାର କରିପାରିବେ।

ଇଣ୍ଟରନେଟ ଦରକାର

ଆଧାର ଲିଙ୍କ ଦରକାର

କେତେକ ବେସରକାରୀ ଅନୁଷ୍ଠାନ ଏଯାଏ ଗ୍ରହଣ କରୁନାହାନ୍ତି

"ଡିଜିଲକର" ଭାରତର ଡିଜିଟାଲ ପରିବର୍ତ୍ତନର ଏକ ଶକ୍ତିଶାଳୀ ପଦକ୍ଷେପ। ଏହା ନାଗରିକମାନଙ୍କୁ ବିନା କାଗଜ , ସୁରକ୍ଷିତ ଓ ସହଜ ସେବା ଦେଇଥାଏ। ଆଇନଗତ ମାନ୍ୟତା ସହିତ ଏହାର ବ୍ୟବହାର ଆଗାମୀ ଦିନରେ ଆଉ ବଢ଼ିବାର ସମ୍ଭାବନା ଅଛି।

ଭାରତବର୍ଷରେ ଡିଜିଲକର ର ବ୍ୟବହାରକାରି  ଙ୍କ ସଂଖ୍ୟା କେତେ?

ସଦ୍ୟତନ PIB ର ରିପୋର୍ଟ ଅନୁସାରେ ବ୍ୟବହାରକାରି ଙ୍କ ସଂଖ୍ୟା ପାଖାପାଖି 68 କୋଟି, ଏବଂ 950 କୋଟି ଡକ୍ୟୁମେଣ୍ଟ ବର୍ତମାନ ସୁଦ୍ଧା issue ହୋଇଛି।

Comments

Popular posts from this blog

ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି 235 ଜୀବନ।

ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......