ପୁସ୍ତକଠାରୁ ବାସ୍ତବ ଅନୁଭବରୁ ବ୍ୟବସାୟ ଚଳାଇବାର କଳା ସର୍ବଦା ଶିକ୍ଷଣୀୟ।


ଦର ତାଲିକାକୁ ନେଇ ଉଦ୍ୟୋଗୀଙ୍କ ପ୍ରଶଂସାରେ “ରାସ୍ତା କଡର ଛୋଟ ବ୍ୟବସାୟୀ “

ପରିଚାଳନା ପାଠ୍ୟକ୍ରମ ରେ କୌଣସି ଡିଗ୍ରୀ ନଥିଲେ ବି ବାସ୍ତବ ଅନୁଭବରୁ ବ୍ୟବସାୟ ପରିଚାଳନକୁ ପ୍ରଶଂସା କରିଛନ୍ତି ଅନେକ।

ଛୋଟ ବ୍ୟବସାୟୀ ଙ୍କ ଠାରେ ବ୍ୟବସାୟିକ କୌଶଳ କୁ ସମସ୍ତେ ଫସନ୍ଦ କରିଛନ୍ତି।

ସାଧାରଣ ଏକ ଆଖୁ ରସ ଦୋକାନର ଦର ତାଲିକା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଉଦ୍ୟୋଗୀ ଏହି ଦର ତାଲିକାର ଫଟୋ ସେୟାର କରି ରାସ୍ତା କଡ଼ର ବ୍ୟବସାୟୀଙ୍କ ବ୍ୟବସାୟିକ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି। ତାଙ୍କ ମତରେ, ଏହି ଛୋଟ ବ୍ୟବସାୟୀ ବ୍ୟବସାୟର ମୂଳ ନୀତିକୁ ଏପରି ଭାବେ ବୁଝିଛନ୍ତି, ଯାହା ଅନେକ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ପାଇଁ ମଧ୍ୟ ଶିକ୍ଷଣୀୟ। 


ଲିଙ୍କଡଇନ୍‌ରେ ସେୟାର ହୋଇଥିବା ଫଟୋରେ ଦେଖାଯାଉଛି ଯେ, ବରଫ ବିନା ଆଖୁ ରସର ଦାମ ୩୦ ଟଙ୍କା, ବରଫ ସହ ୨୫ ଟଙ୍କା ଏବଂ ଅଧା ଗ୍ଲାସର ମୂଲ୍ୟ ୨୦ ଟଙ୍କା ରଖାଯାଇଛି। ପ୍ରଥମ ଦୃଷ୍ଟିରେ ଏହା ସାଧାରଣ ଦର ତାଲିକା ଲାଗୁଥିଲେ ମଧ୍ୟ, ଏହା ପଛରେ ଲୁଚିଥିବା ବ୍ୟବସାୟିକ କୌଶଳ ଅନେକଙ୍କୁ ଆକର୍ଷିତ କରିଛି। 


ଉଦ୍ୟୋଗୀଙ୍କ କହିବା ଅନୁସାରେ, ଏହି ଦର ନିର୍ଦ୍ଧାରଣରେ ଗ୍ରାହକଙ୍କ ପସନ୍ଦ, ଖର୍ଚ୍ଚ ନିୟନ୍ତ୍ରଣ ଓ ବିକ୍ରି ବଢ଼ାଇବାର କୌଶଳ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି। ବ୍ୟବସାୟୀ କୌଣସି ପ୍ରତିଷ୍ଠିତ ପରିଚାଳନା ସଂସ୍ଥାରେ ପାଠ ପଢ଼ି ନଥିଲେ ମଧ୍ୟ, ଅଭିଜ୍ଞତାରୁ ଗ୍ରାହକଙ୍କ ବ୍ୟବହାରକୁ ବୁଝି ଏପରି ଦର ଧାର୍ଯ୍ୟ କରିଛନ୍ତି। 


ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସିଛି। କେହି କହିଛନ୍ତି ଯେ, ଏହି ବ୍ୟବସାୟୀଙ୍କଠାରୁ ଏମ୍‌ବିଏ ଛାତ୍ରଛାତ୍ରୀମାନେ ମଧ୍ୟ ବ୍ୟବସାୟର ପାଠ ଶିଖିପାରିବେ। ଆଉ କେହି ମତ ଦେଇଛନ୍ତି ଯେ, ଛୋଟ ବ୍ୟବସାୟୀମାନେ ପୁସ୍ତକଠାରୁ ଅଧିକ ବାସ୍ତବ ଅନୁଭବରୁ ବ୍ୟବସାୟ ଚାଲାଇବାର କଳା ଶିଖିଥାନ୍ତି। 

Comments

Popular posts from this blog

ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି 235 ଜୀବନ।

ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......