ସମସ୍ୟା କୁ ବୁଝି ସଠିକ ପଦକ୍ଷେପ ହିଁ "ଇଣ୍ଟରନେଟ ମାଧ୍ୟମରେ ରୋଜଗାର "

 ଇଣ୍ଟରନେଟ ମାଧ୍ୟମରେ ଅର୍ଥ ଉପାର୍ଜନ ସହଜ ହୋଇଛି। ଭାରତ ରେ ବେରୋଜଗାର ବଢିବାରେ ଲାଗିଛି। ରିପୋର୍ଟ ରୁ ଜଣାଯାଏ ଭାରତ ରେ 30% ରୁ 60% ଲୋକ ବେରୋଜଗାରୀ ଅଛନ୍ତି। ପ୍ରତିବର୍ଷ ଅଧିକ ରୁ ଅଧିକ ଯୁବକ/ଯୁବତୀ  ଡିଗ୍ରୀ ହାସଲ କଲାପରେ ବେରୋଜଗାର ଦୃଷ୍ଟିରୁ ସେମାନେ ଛୋଟ ମୋଟ କାମ କାମ କରିବାକୁ ଫସନ୍ଦ କରୁନାହାନ୍ତି। ଏହାର କାରଣ ସେମାଙ୍କର ପଢା ଅନୁସାରେ ସେମାନଙ୍କୁ ଚାକିରୀ ମିଳିପାରୁନାହିଁ। ଏହିସବୁ କାରଣରୁ ବେରୋଜଗାର ସଂଖ୍ୟା ବଢିବାରେ ଲାଗିଛି।

ଇଣ୍ଟରନେଟ ଆସିବା ଦିନଠାରୁ ବହୁତସାରା ରୋଜଗାର ବାଟ ସହଜ ହୋଇପାରିଛି। ସେଥିମଧ୍ୟରେ ବ୍ଲଗିଙ୍ଗ, ୟୁଟୁବ, ଅନଲାଇନ ମାର୍କେଟିଙ୍ଗ, ୱେବ ଡିଜାଇନ ଇତ୍ୟାଦି ଇତ୍ୟାଦି। ଏହି ସବୁ କାମ ଘରେ ବସି ଇଣ୍ଟରନେଟ ମାଧ୍ୟମରେ କରିପାରିବେ, କିନ୍ତୁ ଏହା ସମସ୍ତଙ୍କ ପାଇଁ ଏତେ ସହଜ ହୋଇନଥାଏ।
କୌଣସି ବ୍ୟକ୍ତି ପାଖରେ କିଛି ନା କିଛି କଳା ଓ ଦକ୍ଷତା ରହିଛି ସେ ତାକୁ ଅନ୍ୟମାନକୁ ଜଣାଇବାକୁ ଚାହୁଁଛି ଏବଂ ସେ ଚାହିଁଲେ ଇଣ୍ଟରନେଟ ମାଧ୍ୟମରେ ଯେଉଁସବୁ ପ୍ଲାଟଫର୍ମ ରହିଛି ସହଜରେ ବି ଅନ୍ୟମାନଙ୍କ ପାଖରେ ପହଞ୍ଚାଇ ପାରିବ। 
ଦେଖାଯାଉଛି ପାଖା ପାଖି ଅଳ୍ପ କେତେକ ଲୋକ ସଫଳତା ପାଉଥିବା ବେଳେ ଅଧିକ ରୁ ଅଧିକ ବିଫଳତା ରେ ଆଧାରୁ ଛାଡିଦେଉଛନ୍ତି।

ଆଜିର ଆଧୁନିକ ଡିଜିଟାଲ ଯୁଗରେ ଇଣ୍ଟରନେଟ ତଥ୍ୟ ଓ ମନୋରଜାନ ର ମାଧ୍ୟମ ନୁହେଁ, ବରଂ ଏକ ବଡ ରୋଜଗାର ମାର୍ଗ ଭାବେ ପରିଣତ ହୋଇଛି। 
ବିଶେଷ କରି ଯୁବ ପିଢ଼ି ମାନଙ୍କ ପାଇଁ ଅସୀମ ସୁଯୋଗ ନେଇ ଆସିଛି। ଘରେ ବସି କମ କରିବା, ନିଜର ଦକ୍ଷତା ଅନୁଯାୟୀ ରୋଜଗାର କରିବା ଓ ଦେଶ ବିଦେଶ ରେ ଗ୍ରାହକ ଙ୍କ ସହ କାମ କରିବା ଇଣ୍ଟରନେଟ ଦ୍ୱାରା ସମ୍ଭବ ହୋଇ ପାରିଛି।
ତଥାପି ଏହି ସହଜ ଦେଖାଯାଉଥିବା ରୋଜଗାର ପଥରେ ଗଭୀର ସମସ୍ୟା ଲୁଚିରହିଛି ,ଯାହା ଯୁବ ପିଢ଼ି କୁ ପ୍ରଭାବିତ କରୁଛି |ଇଣ୍ଟରନେଟ ମାଧ୍ୟମରେ ରୋଜଗାର ର ସୁଯୋଗ ବିଷୟ ରେ କହିଲେ ଫ୍ରିଲାନସିଙ୍ଗ ,ବ୍ଲଗିଂଗ ,ୟୁଟୁବ ,ଆଫିଲିଏଟେ ମାର୍କେଟିଙ୍ଗ ,ଡିଜିଟାଲ ମାର୍କେଟିଙ୍ଗ  ଭଳି କ୍ଷେତ୍ର ରେ ଅନେକ ଯୁବକ/ଯୁବତୀ ସଫଳତା ହାସଲ କରୁଛନ୍ତି |ଏହା ସହିତ ଅନଲାଇନ ବ୍ୟବସାୟ ଆରମ୍ଭ କରିବା ସହଜ ହୋଇପାରିଛି ,ଯାହା ଅଳ୍ପ ପୁଞ୍ଜିରେ ମଧ୍ୟ ସମ୍ଭବ |ଏହି ସମସ୍ତ ସୁଯୋଗ ଯୁବପିଢ଼ି କୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରୁଛି |

 କିନ୍ତୁ ଏହି ସୁଯୋଗ ସହିତ ଅନେକ ସମସ୍ୟା ମଧ୍ୟ ଜଡିତ ,ସବୁଠାରୁ ବଡ ସମସ୍ୟା ହେଉଛି ଠକେଇ ଓ ଭ୍ରମ ସୃଷ୍ଟିକାରୀ ବିଜ୍ଞାପନ,ସହଜରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରୋଜଗାର ଭଳି ଆକର୍ଶଣୀୟ ପ୍ରସ୍ତାବ ଦେଖି ଅନେକ ଯୁବ ପିଢ଼ିମାନେ ଫସିଯାନ୍ତି .ଓ ନିଜର ଟଙ୍କା ହରାଇଦିଅନ୍ତି |ଏହା ସହିତ ଭୁଲ ପ୍ଳାଟଫର୍ମ ଚୟନ କରିବା ମଧ୍ୟ କ୍ଷତି ପହଂଚାଇଥାଏ |
ଦକ୍ଷତା ପ୍ରଶିକ୍ଷଣ ର ଅଭାବ ଏକ ଗୁରୁତ୍ୱପୂର୍ଣ ସମସ୍ୟା |ଅନେକ ଯୁବକ/ଯୁବତୀ ଏସବୁ ଲାଇନ ରେ କାମ କରିବାକୁ ଇଛୁକ ,କିନ୍ତୁ ସେମାନଙ୍କ ପାଖରେ ପ୍ରୟୋଜନୀୟ ଦକ୍ଷତା ନଥାଏ ଏହା ସହିତ ଭାଷା ଓ ବାର୍ତାଳାପ ଏକ ବଡ଼ ବାଧା ଯଥେଷ୍ଟ ଦକ୍ଷତା ନଥିଲେ ଗ୍ରାହକ ମିଳିବା କଷ୍ଟକର ହୋଇପାରେ ,ଓ ଅନଲାଇନ ରୋଜଗାର ରେ ଆୟର  ଅସ୍ଥିରତା ଦେଖାଦିଏ |ଅନଲାଇନ ପ୍ଲାଟଫର୍ମ କାମରେ ନିୟମିତ ଆୟ ନଥାଏ |ଏହା ଯୁବ ମାନଙ୍କ ଆର୍ଥିକ ଯୋଜନା କୁ ପ୍ରଭାବିତ କରେ |ପେମେଂଟ ବିଳମ୍ବ ବା ପେମେଂଟ ନମିଳିବା ଏକ ଗମ୍ଭୀର ସମସ୍ୟା |

ଏବେ ସାରା ବିଶ୍ୱର ଲୋକେ ଗୋଟିଏ ପ୍ଳାଟଫର୍ମ ରେ କାମ କରୁଥିବାରୁ ନୂତନ ଲୋକଙ୍କ ପାଇଁ ସୁଯୋଗ କମିଯାଉଛି |ଏହା ସହିତ ନିଜର ବ୍ରାଣ୍ଡ ତିଆରି କରିବା ଓ ଗ୍ରାହକ ଙ୍କ ଭରସା ଜିତିବା ମଧ୍ୟ ସହଜ ନୁହେଁ |
ଡିଜିଟାଲ ବିଭ୍ରାନ୍ତ ଓ ସୋସିଆଲ ମିଡ଼ିଆ ର ପ୍ରଭାବ ମଧ୍ୟ ଗଭୀର ସମସ୍ୟା ହୋଇଉଠିଛି |କାମ କରିବା ବେଳେ ସୋସିଆଲ ମିଡ଼ିଆ ରେ ସମୟ ବ୍ୟୟ ହେବାରୁ କ୍ଷମତା କମିଯିବା ସହିତ ଅନ୍ୟମାନଙ୍କ ସଫଳତା ଦେଖି ନିଜକୁ ଅସଫଳ ଭାବିବା ମନୋଭାବ ବଢୁଛି।

ଶାରୀରିକ ଓ ମାନସିକ ସମସ୍ୟା ମଧ୍ୟ ବଢୁଛି, ଦୀର୍ଘ ସମୟ ଧରି ସ୍କ୍ରିନ ସାମ୍ନାରେ କାମ କରିବାରୁ ଚକ୍ଷୁ ସମସ୍ୟା, ନିଦ୍ରା ହୀନତା, ଓ ମାନସିକ ଚାପ ବଢିଥାଏ. ଏହା କାମ ଓ ବ୍ୟକ୍ତିଗତ ଜୀବନର ସମତୋଳନ ଭାଙ୍ଗିଯାଏ।
ଟେକ୍ନିକାଲ ସମସ୍ୟା ଯଥା :-ଇଣ୍ଟରନେଟ ଧୀମା ଥିବା, ବିଦ୍ୟୁତ ବିଛିନ୍ନ ବିଶେଷ କରି ଗ୍ରାମାଞ୍ଚଳ ରୋଜଗାର କୁ ବାଧା ଦେଇଥାଏ ଏହା ଯୁବକ ମାନଙ୍କ କାର୍ଯ୍ୟକ୍ଷମତା କମାଇଥାଏ।

ଆଇନଗତ ଆର୍ଥିକ ଜ୍ଞାନ ର ଅଭାବ ମଧ୍ୟ ଦେଖାଯାଏ, ଟ୍ୟାକ୍ସ, ଅନଲାଇନ ଟ୍ରାନଯାକସନ ଓ ଡାଟା ସିକ୍ୟୁରିଟି ବିଷୟରେ ଅବଗତି କମ ଥିବାରୁ ଯୁବମାନେ ଅସୁବିଧା ରେ ପଡନ୍ତି।
ଭୁଲ ଟ୍ରେନିଂ, ଓ ଫ୍ରଡ଼ କୋର୍ସ ଏକ ନୂଆ ସମସ୍ୟା, କେତେକ ସଂସ୍ଥା ଭୁଲ ପ୍ରତିଶୃତି ଦେଇ ଟଙ୍କା ନେଉଛନ୍ତି ସଠିକ ଶିକ୍ଷା ଦେଉନାହାନ୍ତି।

ପ୍ରେରଣା ଓ ଧୈର୍ଯ୍ୟ ର ଅଭାବ ମଧ୍ୟ ଯୁବ ମାନଙ୍କୁ ପଛକୁ ତାଣୁଛି।ତୁରନ୍ତ ସଫଳତା ନମିଳିଲେ ସେମାନେ ହାର ମାନିଯାନ୍ତି।
ଏହି ସମସ୍ୟା ଗୁଡିକ ସତ୍ତ୍ୱେ ସଠିକ ଯୋଜନା ଓ ନିୟମିତ ପ୍ରୟାସ ଦ୍ୱାରା ଇଣ୍ଟରନେଟ ରୋଜଗାର ରେ ସଫଳତା ଲାଭ କରିହେବ। ଯୁବ ମାନେ ସଚେତନ ହେବା ଓ ସଠିକ ପ୍ଲାଟଫର୍ମ ବାଛିବା ଓ ନିଜର ଦକ୍ଷତା ବିକାଶ କରିବା ଆବଶ୍ୟକ। ଧର୍ଯ୍ୟ ଓ କଠିନ ପରିଶ୍ରମ ରଖିଲେ ସଫଳତା ମିଳିବ।

ଯୁବପିଢ଼ି ପାଇଁ ଇଣ୍ଟରନେଟ ମାଧ୍ୟମରେ ରୋଜଗାର ଏକ ସୁଯୋଗ। କିନ୍ତୁ ଏହା ସହିତ ଥିବା ସମସ୍ୟା କୁ ବୁଝି ସଠିକ ପଦକ୍ଷେପ ନେଲେ ସଫଳତା ଲାଭ କରିହେବ।

Comments

Popular posts from this blog

ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି 235 ଜୀବନ।

ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......