Posts

Showing posts with the label ଅପରାଧ ନିୟନ୍ତ୍ରଣ

କେନ୍ଦ୍ରାଞ୍ଚଳ ରେଞ୍ଜର ଆଇନ-ଶୃଙ୍ଖଳା ଓ ଅପରାଧ ସ୍ଥିତି ସମୀକ୍ଷା, ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗୁଆ ସୁରକ୍ଷା ପ୍ରସ୍ତୁତି ଉପରେ ଡିଜିପିଙ୍କ ଗୁରୁତ୍ୱାରୋପ।

Image
Published by: Greatfuture Info ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ-ଶୃଙ୍ଖଳା ସ୍ଥିତି ସହ ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧର ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ, ଅବକାରୀ ଅପରାଧ ଦମନ, ‘ନିଶାମୁକ୍ତ ଓଡ଼ିଶା’ ଗଠନ ଦିଗରେ ପଦକ୍ଷେପ, ସାଇବର ଅପରାଧ, ମାମଲାର ତଦନ୍ତ ତ୍ୱରାନ୍ୱିତ କରି ସଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ଏବଂ ଦଣ୍ଡାଦେଶ ହାର ବୃଦ୍ଧି ଆଦି ବିଷୟରେ ଡିଜିପି ଜିଲ୍ଲା ଏସ୍‌ପିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଡିଜିପି ଶ୍ରୀ ମିଶ୍ର କହିଥିଲେ ଯେ, ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନରେ ଥିବାରୁ ଏହି ଅଞ୍ଚଳର ଆଇନ-ଶୃଙ୍ଖଳା ସ୍ଥିତିର ବିଶେଷ ଗୁରୁତ୍ୱ ରହିଛି। ଆଗାମୀ ଦିନରେ ଗଣେଶ ପୂଜା, ନୂଆଖାଇ, ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, ଦୀପାବଳି/କାଳୀପୂଜା, ଅଁଳା ନବମୀ, ପଞ୍ଚୁକ ଓ ବାଲିଯାତ୍ରା ଭଳି ଅନେକ ପର୍ବପର୍ବାଣୀ ଅନୁଷ୍ଠିତ ହେବାକୁ ଥିବାରୁ ସେଗୁଡ଼ିକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ସମ୍ପନ୍ନ କ...