Posts

Showing posts with the label ପରିବହନ ବିଭାଗ

ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ।

Image
Published by: Greatfuture Info ଭୁବନେଶ୍ୱର, ୨୭/୦୮/୨୦୨୬: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାକ୍ଷୀର ଭାବନା ‘ସୁରକ୍ଷା ପ୍ରତିଶ୍ରୁତି’କୁ ସଡ଼କ ସୁରକ୍ଷା ସହ ଯୋଡ଼ି ପରିବହନ ବିଭାଗ ପକ୍ଷରୁ ଆଜି ଏକ ନିଆରା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ ହୋଇଛି। ରାକ୍ଷୀ କେବଳ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ପ୍ରତୀକ ନୁହେଁ, ଏହା ପରସ୍ପରର ସୁରକ୍ଷା ପାଇଁ ଏକ ପବିତ୍ର ପ୍ରତିଶ୍ରୁତି। ସେହିଭଳି, ରାସ୍ତାରେ ଯାତ୍ରା କରିବା ସମୟରେ ସଡ଼କ ସୁରକ୍ଷା ନିୟମ ପାଳନ କରିବା ହେଉଛି ନିଜ ଜୀବନ ସହ ପରିବାର ଓ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ଏକ ଦାୟିତ୍ୱପୂର୍ଣ୍ଣ ପ୍ରତିଶ୍ରୁତି। ଏହି ବାର୍ତ୍ତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ ଏସପ୍ଲାନେଡ୍ ମଲ୍‌ରେ ଏକ ସ୍ୱତନ୍ତ୍ର ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଟ୍ରାଫିକ୍ ନିୟମ ପାଳନ କରି ଦାୟିତ୍ୱବାନ ଭାବେ ଗାଡ଼ି ଚଳାଉଥିବା ଚାଳକମାନଙ୍କୁ ପରିବହନ ଆୟୁକ୍ତ ଅମିତାଭ ଠାକୁର ସମ୍ମାନିତ କରିବା ସହ ପ୍ରଶଂସାପତ୍ର ଓ ଉପହାର ପ୍ରଦାନ କରିଥିଲେ। ବିଶେଷ ଭାବେ, ଚାଳକ ଓ ସହ-ଆରୋହୀ ଉଭୟ ହେଲମେଟ୍ ପିନ୍ଧିଥିବା ଦୁଇଚକିଆ ଯାନ ଚାଳକ, ସିଟ୍‌ବେଲ୍ଟ ବ୍ୟବହାର କରୁଥିବା କାର୍ ଚାଳକ ଏବଂ ସମସ୍ତ ଆବଶ୍ୟକ ସୁରକ୍ଷା ନିୟମ ଓ ଟ୍ରାଫିକ୍ ନିୟମ ପାଳନ କରି ଗାଡ଼ି ଚଳାଉଥିବା ଚାଳକମାନଙ୍କୁ ଏହି ଅଭିଯାନରେ ଚିହ୍ନଟ କରାଯାଇ ପ୍ରୋତ୍...