Posts

Showing posts with the label ବେସରକାରୀ ଅନୁଷ୍ଠାନ

ବେସରକାରୀ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଖୋଲିବା ନିୟମ ସହଜ କଲେ ରାଜ୍ୟ ସରକାର।

Image
ଓଡ଼ିଶା ସରକାର ରାଜ୍ୟରେ ନିଜସ୍ୱ ଅର୍ଥରେ ପରିଚାଳିତ  ଡିଗ୍ରୀ ଓ ବୃତ୍ତିଗତ କଲେଜ ପ୍ରତିଷ୍ଠା ପ୍ରକ୍ରିୟାକୁ ଅଧିକ ସରଳ ଓ ସୁଗମ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ନୂତନ ନିୟମାବଳୀ ଅନୁସାରେ ବେସରକାରି ଶିକ୍ଷା ପ୍ରତିଷ୍ଠାନ ଖୋଲିବା ପାଇଁ ଥିବା ଅନେକ ଜଟିଳ ନିୟମକୁ ସରଳ କରାଯାଇଛି। ଏହା ଦ୍ୱାରା ରାଜ୍ୟରେ ନୂଆ କଲେଜ ସ୍ଥାପନ ଓ ବୃତ୍ତିଗତ ଶିକ୍ଷାର ବିକାଶ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି ରିପୋର୍ଟ ପ୍ରକାଶ ପାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ସ୍ନିଜସ୍ୱ ଅର୍ଥ ରେ ପରିଚାଳିତ ଡିଗ୍ରୀ ଏବଂ ବୃତ୍ତିଗତ କଲେଜ ଖୋଲିବା ପାଇଁ ପୂର୍ବରୁ ଲାଗୁ ଥିବା ଅଲଗା ଭିତ୍ତିଭୂମି  ଓ ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ସର୍ବନିମ୍ନ ମାନଦଣ୍ଡକୁ ହଟାଇ ଦିଆଯାଇଛି। ବର୍ତ୍ତମାନ ସମ୍ପୃକ୍ତ ନିୟାମକ ସଂସ୍ଥା ଯଥା UGC, AICTE, NMC, BCI କିମ୍ବା NCTE ଯେଉଁ ମାନଦଣ୍ଡ ନିର୍ଦ୍ଧାରଣ କରିଛି, ସେହି ନିୟମକୁ ଅନୁସରଣ କଲେ ଅନୁମତି ପାଇବା ସହଜ ହେବ।  ସରକାରଙ୍କ ମତରେ, ପୂର୍ବରୁ ରାଜ୍ୟ ସ୍ତରର ଅତିରିକ୍ତ ନିୟମ ଯୋଗୁଁ ନୂଆ କଲେଜ ସ୍ଥାପନରେ ବିଳମ୍ବ ହେଉଥିଲା। ବର୍ତ୍ତମାନ ସେହି ଜଟିଳତା କମିବା ସହ ବେସରକାରି ନିବେଶକମାନେ ଶିକ୍ଷା କ୍ଷେତ୍ରରେ ଅଧିକ ଆଗ୍ରହ ଦେଖାଇବେ। ବିଶେଷ କରି ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, , ନର୍ସିଂ ଓ ଅନ୍ୟାନ୍ୟ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ନୂଆ କ...