"ସେତୁ ବନ୍ଧନ ଯୋଜନା "କାର୍ଯ୍ୟକାରୀ ହେଲେ,ଗ୍ରାମ ଉନ୍ନତିକୁ ମିଳିବ ନୂଆ ଦିଗ।
ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ଯାତାୟାତକୁ ଅଧିକ ସୁଗମ ଓ ସର୍ବକାଳୀନ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧,୭୫୦ଟି ନୂଆ ସେତୁ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏହି ମହତ୍ୱାକାଂକ୍ଷୀ ଯୋଜନା ପାଇଁ ପ୍ରାୟ ₹୧୧,୮୦୦ କୋଟି ଖର୍ଚ୍ଚ କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁସାରେ :- ଏହି କାର୍ଯ୍ୟ 'ସେତୁ ବନ୍ଧନ ଯୋଜନା' (Setu Bandhan Yojana - SBY) ଅଧୀନରେ କରାଯିବ। ପୂର୍ବରୁ 'ବିଜୁ ସେତୁ ଯୋଜନା' ନାମରେ ପରିଚିତ ଏହି ଯୋଜନାକୁ ବର୍ତ୍ତମାନ ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଯୋଜନା ଅନୁସାରେ ପ୍ରତିବର୍ଷ ପ୍ରାୟ ୩୫୦ଟି ସେତୁ ନିର୍ମାଣ କରାଯିବ। ମୋଟ ୩,୧୬୭ଟି ପ୍ରକଳ୍ପ କାର୍ଯ୍ୟକ୍ଷେତ୍ରରେ ରହିବ। ସେଥିମଧ୍ୟରୁ ୧,୪୧୭ଟି ପୂର୍ବରୁ ଚାଲିଥିବା ଅସମ୍ପୂର୍ଣ୍ଣ ପ୍ରକଳ୍ପ ସମାପ୍ତ କରାଯିବା ସହ ୧,୭୫୦ଟି ନୂଆ ସେତୁ ନିର୍ମାଣ ହେବ। ସରକାର ଏହି ଯୋଜନା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ₹୨,୨୦୦ କୋଟି ବ୍ୟ...