Posts

Showing posts with the label OSSF ଯବାନ

ଓଏସ୍‌ଏସ୍‌ଏଫ୍‌ ଯବାନଙ୍କ ପାଇଁ ଏସ୍‌ବିଆଇ ସହ ଓଡ଼ିଶା ପୋଲିସର ଏମ୍‌ଓୟୁ ସ୍ୱାକ୍ଷର।

Image
Published by: Greatfuture Info ଭୁବନେଶ୍ୱର, ୧୧ ସେପ୍ଟେମ୍ବର: ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକିଂ ଫୋର୍ସ (ଓଏସ୍‌ଏସ୍‌ଏଫ୍‌) ଯବାନମାନଙ୍କୁ ଅତିରିକ୍ତ ସୁବିଧା ଓ ସୁରକ୍ଷା ଯୋଗାଇଦେବା ପାଇଁ ଓଡ଼ିଶା ପୋଲିସର ଅପରେସନ୍ସ ୱିଙ୍ଗ୍ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହୋଇଛି। ଭୁବନେଶ୍ୱରସ୍ଥିତ ଅପରେସନ୍ସ ମୁଖ୍ୟାଳୟରେ ଏହି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଥିଲ। କାର୍ଯ୍ୟକ୍ରମରେ ନକ୍ସଲ ବିରୋଧୀ ଅଭିଯାନର ଡିଜିପି ସଞ୍ଜୀବ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସ୍‌ବିଆଇକୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ଦୁର୍ଗମ ଅଞ୍ଚଳରେ କଠିନ ପରିସ୍ଥିତିରେ ଦାୟିତ୍ୱ ତୁଲାଉଥିବା ଓଏସ୍‌ଏସ୍‌ଏଫ୍‌ ଯବାନମାନଙ୍କ ପାଇଁ ଏହି ସୁବିଧାଗୁଡ଼ିକ ଉପଯୋଗୀ ହେବ। ଏହା ଯବାନମାନଙ୍କ ମନୋବଳ ବଢ଼ାଇବ। ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ବ୍ୟତୀତ ଏଗୁଡ଼ିକ ଅତିରିକ୍ତ ସୁବିଧା ଭାବେ ମିଳିବ। ଓଡ଼ିଶା ପୋଲିସ ପକ୍ଷରୁ ଆଇଜିପି (ଅପରେସନ)ଡ. ଦୀପକ କୁମାର ଏବଂ ଏସ୍‌ବିଆଇ ପକ୍ଷରୁ ଡିଜିଏମ୍‌ ଆଶିଷ କୁମାର ମିଶ୍ର ଏମ୍‌ଓୟୁରେ ସ୍ୱାକ୍ଷର କରିଥିଲେ। ବର୍ତ୍ତମାନ ରାଜ୍ୟର ୪ଟି ଓଏସ୍‌ଏସ୍‌ଏଫ୍‌ ବାଟାଲିୟନ୍‌ରେ ପ୍ରାୟ ୪,୦୦୦ ପୂର୍ବତନ ସେନା ଓ ସିଏପିଏଫ୍‌ ଯବାନ କାର୍ଯ୍ୟରତ ଅଛନ୍ତି। ସେମାନେ ବିଭିନ୍ନ ଅଞ୍ଚଳରେ, ବିଶେଷକରି ନକ୍ସଲ ବିରୋଧୀ ଅଭିଯାନରେ ନିୟୋଜିତ ଅଛନ୍ତି। ଏହି ଏମ୍‌ଓୟ...