ଭାରତୀୟ ସେନାର ଆଧୁନିକୀକରଣକୁ ନୂଆ ଗତି, DAC ଦେଲା ₹୫୨ ହଜାର କୋଟିର ଅନୁମୋଦନ।
ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ପ୍ରାୟ ₹୫୨,୦୦୦ କୋଟି ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ପ୍ରାଥମିକ ପ୍ରଶାସନିକ ଅନୁମୋଦନ ଦିଆଯାଇଛି। ଏହି କ୍ରୟ ପ୍ରସ୍ତାବଗୁଡ଼ିକ ଭାରତୀୟ ସେନା, ବାୟୁସେନା ଓ ନୌସେନାର ଆଧୁନିକୀକରଣକୁ ଗତି ଦେବ | ଏହି ଅନୁମୋଦନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୀମା ସୁରକ୍ଷାକୁ ମଜବୁତ କରିବା, ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରିବା, ଆକାଶ ମାର୍ଗରୁ ପ୍ରତିରକ୍ଷାକୁ ଶକ୍ତିଶାଳୀ କରିବା ଏବଂ ତିନୋଟି ସେନାବାହିନୀର ଯୁଦ୍ଧ କ୍ଷମତା ବଢ଼ାଇବ ବୋଲି ରିପୋର୍ଟ ପ୍ରକାଶିତ ହୋଇଛି | ପ୍ରକାଶିତ ରିପୋର୍ଟ ଅନୁସାରେ :- DAC ଭାରତୀୟ ବାୟୁସେନା ପାଇଁ ସ୍ଥିର ଉଚ୍ଚତା ବିଶିଷ୍ଟ ସ୍ୟୁଡୋ ସାଟେଲାଇଟ୍ (FW-HAPS) ସମେତ ଅନ୍ୟାନ୍ୟ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରଣାଳୀ ଦୀର୍ଘ ସମୟ ଧରି ଉଚ୍ଚତାରେ ରହି ନିରୀକ୍ଷଣ, ଗ...