ଏକ ସାଥିରେ ଅନେକ ରାଜ୍ୟରେ ପ୍ରଚଳିତ ସଫଳ ଯୋଜନା ଭିବି-ଜି-ରାମ-ଜି।
Publisher:- Greatfuture Info ଗ୍ରାମୀଣ ଭାରତର ରୋଜଗାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ପ୍ରଯୁକ୍ତିନିର୍ଭର କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସାରା ଦେଶରେ ଗୋଟିଏ ଦିନରେ ‘ଭିବି-ଜି-ରାମ-ଜି ' ବ୍ୟବସ୍ଥାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଏହି ନୂଆ ବ୍ୟବସ୍ଥା ଗ୍ରାମୀଣ ବିକାଶକୁ ଏକ ନୂତନ ଦିଗ ଦେବ ଏବଂ ଶ୍ରମିକମାନଙ୍କୁ ଅଧିକ ସୁବିଧା, ସୁରକ୍ଷା ଓ ସମ୍ମାନ ପ୍ରଦାନ କରିବ PIB ରିପୋର୍ଟ ପ୍ରକାଶ କରିଛି। PIB ର ରିପୋର୍ଟ ଅନୁସାରେ :- ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଦେଶର କୌଣସି ରାଜ୍ୟରେ ଦୈନିକ ମଜୁରୀ ୩୦୦ ଟଙ୍କାରୁ କମ୍ ରହିବ ନାହିଁ। ଏହା ଫଳରେ ଲକ୍ଷାଧିକ ଗ୍ରାମୀଣ ଶ୍ରମିକଙ୍କ ଆୟ ବୃଦ୍ଧି ପାଇବା ସହ ପରିବାରର ଆର୍ଥିକ ସ୍ଥିତି ଅଧିକ ମଜବୁତ ହେବ। ମଜୁରୀ ନିର୍ଦ୍ଧାରଣରେ ସମାନତା ଆଣିବା ଏବଂ ଶ୍ରମିକଙ୍କ ...