କଡାକଡି ହେଲା ଦଣ୍ଡବିଧାନ ବ୍ୟବସ୍ଥା, ଲୋକସଭାରେ ପାରିତ ସାର୍ବଜନୀନ ପରୀକ୍ଷା (ଆସାଧୁ ଉପାୟ ନିବାରଣ )ସଂଶୋଧନ ବିଲ୍-2026।
ଦେଶରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍, ସଂଗଠିତ ନକଲ ଗ୍ୟାଙ୍ଗ ଏବଂ ପରୀକ୍ଷାରେ ଅନିୟମିତତାକୁ କଡ଼ା ଭାବେ ରୋକିବା ପାଇଁ କେନ୍ଦ୍ର ସରକାର ଆଣିଥିବା 'ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍,-୨୦୨୬' ବୁଧବାର ଲୋକସଭାରେ ବାଚନିକ ଭୋଟରେ ପାରିତ ହୋଇଛି। ଏହି ସଂଶୋଧନ ମାଧ୍ୟମରେ ପରୀକ୍ଷାରେ ଠକେଇ କରୁଥିବା ବ୍ୟକ୍ତି, ସଂଗଠିତ ଗ୍ୟାଙ୍ଗ ଏବଂ ସମ୍ପୃକ୍ତ ସଂସ୍ଥାମାନଙ୍କ ବିରୋଧରେ ପୂର୍ବ ତୁଳନାରେ ଅଧିକ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି। ସେହିସହ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ମଧ୍ୟ ସମୟବଦ୍ଧ କରାଯାଇଛି ବୋଲି PIB ରିପୋର୍ଟ ରେ ପ୍ରକାଶ ପାଇଛି। ( AI generated photo) ପ୍ରକାଶିତ ରିପୋର୍ଟ ଆଧାରରେ ଏହି ବିଲ୍ ଦ୍ୱାରା ୨୦୨୪ରେ ପ୍ରଣୀତ 'ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ ରେ ସଂଶୋଧନ କରାଯାଇଛି। ଏହି ଆଇନର ମୂଳ ଉଦ୍ଦେଶ୍ୟ...