Posts

Showing posts with the label ପ୍ରମୁଖ ଯୋଜନା

ପ୍ରମୁଖ ଯୋଜନା ଓ ନାଗରିକ କୈନ୍ଦ୍ରିକ ସେବାର କାର୍ଯ୍ୟକାରିତା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ।

Image
Publisher:- Greatfuture Info ଭୁବନେଶ୍ୱର, ୭ ସେପ୍ଟେମ୍ବର ୨୦୨୬:   ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଲୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବିଭାଗର ବିଭିନ୍ନ ପ୍ରମୁଖ ଯୋଜନା ଏବଂ ନାଗରିକ କୈନ୍ଦ୍ରିକ ସେବାଗୁଡ଼ିକର କାର୍ଯ୍ୟକାରିତା ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।  ବୈଠକରେ ରାଜ୍ୟର ଜନସାଧାରଣଙ୍କୁ ସ୍ୱଚ୍ଛ, ଦ୍ରୁତ ଓ ସୁଗମ ରାଜସ୍ୱ ସେବା ଯୋଗାଇଦେବା ସହ ଜମିଜମା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି।  ରାଜ୍ୟରେ ଥିବା ପ୍ରାୟ ସମସ୍ତ ଭୂଦାନ ଜମିର ପୁରାତନ ରେକର୍ଡଗୁଡ଼ିକର ସ୍କାନିଂ, ଡିଜିଟାଲାଇଜେସନ୍ ଏବଂ 'Bhoodan-LRMS Portal' ମାଧ୍ୟମରେ ଭୂଲେଖ ସହ ଯୋଡ଼ାଯିବାର ବ୍ୟବସ୍ଥା କରାଯିବ l ଡିଜିଟାଲ ରେକର୍ଡ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଭୂଦାନ ଜମିର ଅବୈଧ ହସ୍ତାନ୍ତର ଓ ମ୍ୟୁଟେସନ୍ ଉପରେ କଟକଣା ଲଗାଯିବ l ଭୂଦାନ ଜମି ସମ୍ପର୍କିତ ଜାଲିଆତିର ଦୃଢ଼ ତଦନ୍ତ ହେବା ସହ ବେଆଇନ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ l ଆଚାର୍ଯ୍ଯ ବିନୋବା ଭାବେଙ୍କ ମହତ ଉଦ୍ଦେଶ୍ୟକୁ ଅଗ୍ରାଧିକାର ଦେଇ କେବଳ ପ୍ରକୃତ ବାସହୀନଙ୍କ ସପକ୍ଷରେ ହିଁ ଭୂଦାନ ଜମି ଆବଣ୍ଟନ କରାଯିବ l  ବୈଠକର ସୂଚନା ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷାକୁ ପ୍ରାଥମ...