ଭୁବନେଶ୍ୱର ରେ ଆଧୁନିକ ସବୁଜ ଆଶ୍ରୟସ୍ଥଳ ନିର୍ମାଣ ପରିବେଶ ପ୍ରୋତ୍ସାହନ, ସୌନ୍ଦର୍ଯ୍ୟ ଓ ଅପେକ୍ଷ୍ୟାରତ ଯାତ୍ରୀଙ୍କୁ ସୁରକ୍ଷା ଦେବ।
ଭୁବନେଶ୍ୱର ସହରରେ ଯାତ୍ରୀଙ୍କ ସୁବିଧା ବଢ଼ାଇବା ସହ ସହରର ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଏକ ନୂଆ ପଦକ୍ଷେପ ନେଇଛନ୍ତି। ସ୍ମାର୍ଟ ଜନପଥ କରିଡର ସମେତ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଆଧୁନିକ ଟ୍ରାଫିକ୍ ଆଶ୍ରୟସ୍ଥଳ ଏବଂ ପାର୍କିଂ-ସହ-ଯାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହି ପ୍ରକଳ୍ପ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP) ଅଧୀନରେ କାର୍ଯ୍ୟକରୀ ହେଉଛି। ଏହାର ଉଦ୍ଦେଶ୍ୟ କେବଳ ଯାତ୍ରୀଙ୍କୁ ସୁବିଧା ଯୋଗାଇବା ନୁହେଁ, ବରଂ ସହରର ଜଳବାୟୁ ରେ ସୁଧାର ଆଣିବା ସହିତ ସବୁଜ ପରିବେଶକୁ ପ୍ରୋତ୍ସାହନ ଦେବ, ଏବଂ ସହରର ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷଣୀୟ କରିବା ମଧ୍ୟ ଏହାର ଲକ୍ଷ୍ୟ ବୋଲି ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁସାରେ :- ସାଧାରଣ ଆଶ୍ରୟସ୍ଥଳ ତୁଳନାରେ ଏହି ନୂଆ ନିର୍ମାଣଗୁଡ଼ିକ ସମ୍ପୂର୍ଣ୍ଣ ଭିନ୍ନ ହେବ। ଫ୍ୟାବ୍ରିକ୍ କ୍ୟାନୋପି ଉପରେ ଫ୍ଲେମ୍ ଭାଇନ୍ ଲତା ଲଗାଯିବ, ଯାହା ସମୟ ସହିତ ବଢ଼ି ଏକ ପ୍ରାକୃତିକ ସବୁଜ ଛାଉଣି ସୃଷ୍ଟି କରିବ। ଏହା ଗ୍ରୀଷ୍ମ ଦିନରେ ତାପ ଶୋଷଣ କମାଇ ପରିବେଶକୁ ଥଣ୍ଡା ଓ ଆରାମଦାୟକ ରଖିବ। BMC କମିଶନର ତଥା BDA ଉପାଧ୍ୟକ୍ଷ ଚଞ୍ଚଳ ରାଣାଙ୍କ ସୂଚନା ଅନୁସାରେ, ଟ୍ରାଫିକ୍ ଆଶ୍ରୟସ୍ଥ...