Posts

Showing posts with the label ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ

ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l

Published by: Greatfuture Info ଭୁବନେଶ୍ୱର:12/9 ଦୁର୍ଘଟଣାଗ୍ରସ୍ତ ଆହତ କିମ୍ବା ଅସୁସ୍ଥ ହୋଇପଡିଥିବା ରୋଗୀର ଜୀବନରକ୍ଷା କରିବାକୁ ଜନସଚେତନତା ସୃଷ୍ଟି ପାଇଁ ବିଶ୍ଵାବ୍ୟାପି ସେପ୍ଟେମ୍ବର ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ରୂପେ ପାଳନ କରାଯାଉଅଛି l ଚଳିତ ବର୍ଷର ବିଷୟବସ୍ତୁ "ପ୍ରବାସୀ ଓ ବିସ୍ଥାପିତଙ୍କ ଜୀବନ ଜୀବିକା ଅନ୍ୱେଷଣରେ ଯାତ୍ରା ସମୟରେ ଜୁରୁରୀକାଳୀନ ସମୟରେ ସେମାନଙ୍କ ଜୀବନରକ୍ଷା ପାଇଁସହାୟତା ଓ ପ୍ରାଥମିକ ଚିକତ୍ସା ସହଜ ଲବ୍ଧ କରିବା "l ପ୍ରତିବର୍ଷ ଆହତ ମୃତ୍ୟୁ ବରଣ କରିଥାନ୍ତି l ସ୍ଥାନୀୟ ମହାଲେଖାକାର (ଏଜି ) କାର୍ଯ୍ୟାଳୟ ଆମ୍ବୁଲାନ୍ସ ଡିଭିଜନ ଆନୁକୂଲ୍ୟରେ ଓ ରାଜଧାନୀ ଚିକିତ୍ସାଳୟ ସରକାରୀ ଏଏନଏମ ତାଲିମ ପ୍ରତିଷ୍ଠାନ, ତ୍ରିଧା ନର୍ସିଙ୍ଗ ଡିଭିଜନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ସିଆଇଏସଏଫ ଓ ସ୍ବେଛାସେବୀ ଅନୁଷ୍ଠାନର ସ୍ବେଛାସେବୀମାନଙ୍କୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ସରଳ ଜୀବନ ରକ୍ଷା କୌଶଳ ଉପରେ ତାଲିମ ପ୍ରଦାନ କରାଯାଇଥିଲା l  ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ଏଏନଏମ ତାଲିମ ପ୍ରତିଷ୍ଠାନର ଅଧକ୍ଷା ଡାକ୍ତର ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳା ଓ ଆଲୋଚନା ଚକ୍ରରେ ଆୟୁଷ ନିର୍ଦେଶାଳୟର ପୂର୍ବତନ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ମହା...