Posts

Showing posts with the label ସଡ଼କ ସୁରକ୍ଷା

ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ।

Image
Published by: Greatfuture Info ଭୁବନେଶ୍ୱର, ୨୭/୦୮/୨୦୨୬: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାକ୍ଷୀର ଭାବନା ‘ସୁରକ୍ଷା ପ୍ରତିଶ୍ରୁତି’କୁ ସଡ଼କ ସୁରକ୍ଷା ସହ ଯୋଡ଼ି ପରିବହନ ବିଭାଗ ପକ୍ଷରୁ ଆଜି ଏକ ନିଆରା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ ହୋଇଛି। ରାକ୍ଷୀ କେବଳ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ପ୍ରତୀକ ନୁହେଁ, ଏହା ପରସ୍ପରର ସୁରକ୍ଷା ପାଇଁ ଏକ ପବିତ୍ର ପ୍ରତିଶ୍ରୁତି। ସେହିଭଳି, ରାସ୍ତାରେ ଯାତ୍ରା କରିବା ସମୟରେ ସଡ଼କ ସୁରକ୍ଷା ନିୟମ ପାଳନ କରିବା ହେଉଛି ନିଜ ଜୀବନ ସହ ପରିବାର ଓ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ଏକ ଦାୟିତ୍ୱପୂର୍ଣ୍ଣ ପ୍ରତିଶ୍ରୁତି। ଏହି ବାର୍ତ୍ତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ ଏସପ୍ଲାନେଡ୍ ମଲ୍‌ରେ ଏକ ସ୍ୱତନ୍ତ୍ର ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଟ୍ରାଫିକ୍ ନିୟମ ପାଳନ କରି ଦାୟିତ୍ୱବାନ ଭାବେ ଗାଡ଼ି ଚଳାଉଥିବା ଚାଳକମାନଙ୍କୁ ପରିବହନ ଆୟୁକ୍ତ ଅମିତାଭ ଠାକୁର ସମ୍ମାନିତ କରିବା ସହ ପ୍ରଶଂସାପତ୍ର ଓ ଉପହାର ପ୍ରଦାନ କରିଥିଲେ। ବିଶେଷ ଭାବେ, ଚାଳକ ଓ ସହ-ଆରୋହୀ ଉଭୟ ହେଲମେଟ୍ ପିନ୍ଧିଥିବା ଦୁଇଚକିଆ ଯାନ ଚାଳକ, ସିଟ୍‌ବେଲ୍ଟ ବ୍ୟବହାର କରୁଥିବା କାର୍ ଚାଳକ ଏବଂ ସମସ୍ତ ଆବଶ୍ୟକ ସୁରକ୍ଷା ନିୟମ ଓ ଟ୍ରାଫିକ୍ ନିୟମ ପାଳନ କରି ଗାଡ଼ି ଚଳାଉଥିବା ଚାଳକମାନଙ୍କୁ ଏହି ଅଭିଯାନରେ ଚିହ୍ନଟ କରାଯାଇ ପ୍ରୋତ୍...

ବାଧ୍ୟତାମୂଳକ ବୀମା ନିୟମ ପାଳନ ସୁନିଶ୍ଚିତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ।

Image
ସଡ଼କ ଦୁର୍ଘଟଣାରେ ପୀଡ଼ିତ ଲୋକଙ୍କୁ ଶୀଘ୍ର କ୍ଷତିପୂରଣ ମିଳିବା ସହ ବୀମାବିହୀନ ଯାନ ସଂଖ୍ୟା କମାଇବା ଲକ୍ଷ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ଅନୁସାରେ ଏବେଠାରୁ ନୂଆ କାର କିଣିବା ସମୟରେ ୪ ବର୍ଷ ପାଇଁ ଏବଂ ନୂଆ ମୋଟରସାଇକେଲ୍ କିମ୍ବା ସ୍କୁଟର କିଣିବା ସମୟରେ ୬ ବର୍ଷ ପାଇଁ ଥର୍ଡ ପାର୍ଟି ବୀମା ନେବା ବାଧ୍ୟତାମୂଳକ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି।                                                                            ପ୍ରକାଶିତ ରିପୋର୍ଟ ଆଧାରରେ  ଏହା ପୂର୍ବରୁ ୨୦୧୮ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନୂଆ କାର ପାଇଁ ୩ ବର୍ଷ ଏବଂ ଦୁଇଚକିଆ ଯାନ ପାଇଁ ୫ ବର୍ଷର ଥର୍ଡ ପାର୍ଟି ବୀମା ବାଧ୍ୟତାମୂଳକ କରାଯାଇଥିଲା। ତେବେ ବର୍ଷ ବିତିଯାଇଥିଲେ ମଧ୍ୟ ବହୁ ଯାନ ବୀମା ବିନା ଚଳାଚଳ କରୁଥିବାରୁ ସର୍ବୋଚ୍ଚ ଅଦାଲତ ବୀମାର ଅବଧି ବଢ଼ାଇବାକୁ ଉଚିତ ମନେ କରିଛନ୍ତି। ନ୍ୟାୟମୂର୍ତ୍ତି ସଞ୍ଜୟ କରୋଲ ଏବଂ ନ୍ୟାୟମୂର୍ତ୍ତି ଅଗଷ୍ଟିନ୍ ଜର୍ଜ ମାସିହଙ୍କ ଖଣ୍ଡପୀଠ କହିଛନ...