Posts

Showing posts with the label ମୁଖ୍ୟଶାସନ ସଚିବ

ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ‘ପ୍ରୟାସ’ ବୈଠକ ଅନୁଷ୍ଠିତ।

Image
Published by: Greatfuture Info ଭୁବନେଶ୍ୱର, ୩୦.୦୮.୨୦୨୬: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ସାମାଜିକ କ୍ଷେତ୍ରର ସମୀକ୍ଷା କରି ତଥ୍ୟଭିତ୍ତିକ ଅନୁଧ୍ୟାନ, ବିଭାଗୀୟ ସମନ୍ୱୟ ଓ ନିରନ୍ତର ତଦାରଖକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି । ଲୋକସେବା ଭବନଠାରେ ଅନୁଷ୍ଠିତ  ‘ପ୍ରୟାସ’ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ସଂପର୍କିତ  ବିଭିନ୍ନ ସୂଚକର ସମୀକ୍ଷା କରାଯାଇଛି । ତଥ୍ୟଭିତ୍ତିକ ସମୀକ୍ଷା ସହ ଜିଲ୍ଲାସ୍ତରରେ ଚିହ୍ନଟ ହୋଇଥିବା ସମସ୍ୟାର  ସମାଧାନ ଓ ନିରନ୍ତର ଅନୁଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଛି  ।   ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷାରେ ଶିଶୁ ଓ ମାତୃ ପୋଷଣକୁ ଅଧିକ ପ୍ରଭାବୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଖାଦ୍ୟର ପରିମାଣ ସହିତ ପୃଷ୍ଟିସାର, ସ୍ନେହସାର  ଓ ବିଭିନ୍ନ ପୋଷକତତ୍ତ୍ୱର ସମନ୍ୱୟ ମାଧ୍ୟମରେ ପରିବାରସ୍ତରରେ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଛି । ପୋଷଣ-ବଗିଚା, ଘରୋଇ ପନିପରିବା ଓ ଫଳ ଚାଷ, ଚାରା ବଣ୍ଟନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତାଜା ପନିପରିବା ଯୋଗାଣକୁ ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସରେ କରାଯିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି  । ରାଜ୍ୟରେ  ଅଙ୍ଗନବାଡ଼ି କେନ୍ଦ୍ରଗୁଡ...