ନୂତନ ବିଟା ଭର୍ସନ ରେ ଉପଲବ୍ଧ ହେବ IRCTC ୱେବସାଇଟ।
ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) ଦୁଇ ଦଶକରୁ ଅଧିକ ସମୟ ପରେ ନିଜର ଟିକେଟ ବୁକିଂ ୱେବସାଇଟ୍ର ସମ୍ପୂର୍ଣ୍ଣ ନବୀକରଣ କରିଛି। ରେଳ ମନ୍ତ୍ରଣାଳୟ ବୁଧବାର ଏହାର ନୂତନ ବିଟା ଭର୍ସନ୍ ଉନ୍ମୋଚନ କରିଛି। ବର୍ତ୍ତମାନ ଯାତ୍ରୀମାନେ ନୂଆ ପୋର୍ଟାଲ୍ ବ୍ୟବହାର କରି ନିଜର ମତାମତ ଦେଇପାରିବେ। ଏହି ମତାମତକୁ ଆଧାର କରି ଆସନ୍ତା କିଛି ସପ୍ତାହ ମଧ୍ୟରେ ୱେବସାଇଟ୍ର ଅନ୍ତିମ ସଂସ୍କରଣ ଲଞ୍ଚ କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି | ଏହି ପଦକ୍ଷେପ ଭାରତୀୟ ରେଳର ଡିଜିଟାଲ୍ ଟିକେଟ ବୁକିଂ ବ୍ୟବସ୍ଥାକୁ ଆଧୁନିକ କରିବା ଏବଂ ଯାତ୍ରୀମାନଙ୍କୁ ଅଧିକ ସହଜ, ଦ୍ରୁତ ଓ ସୁବିଧାଜନକ ସେବା ଯୋଗାଇବା ଉଦ୍ଦେଶ୍ୟରେ ନିଆଯାଇଛି। ପ୍ରକାଶିତ ରିପୋର୍ଟ ଅନୁସାରେ - ହୋମପେଜରୁ ମିଳିବ ବେଟା ଭର୍ସନ୍ ଲିଙ୍କ୍ ରେଳ ମନ୍ତ୍ରଣାଳୟ ସୂଚନା ଅନୁସାରେ, ନୂଆ ବିଟା ୱେବସାଇଟ୍କୁ ବର୍ତ୍ତମାନର IRCTC ୱେବସାଇଟ୍ର ହୋମପେଜରେ ଦିଆଯାଇଥିବା ସ୍ୱତନ୍ତ୍ର ଲିଙ୍କ୍ ମାଧ୍ୟମରେ ଖୋଲିପାରିବେ। ଯାତ୍ରୀମାନେ ନୂଆ ଇଣ୍ଟରଫେସ୍ ବ୍ୟବହାର କରି ନିଜ ଅନୁଭୂତି ଏବଂ ପରାମର୍ଶ ସେୟାର କରିପାରିବେ। ମିଳୁଥିବା ମତାମତକୁ ବିଶ୍ଳେଷଣ କରି ଚୂଡ଼ାନ୍ତ ସଂସ୍କରଣରେ ଆବଶ୍ୟକ ସୁଧାର କରାଯିବ। ୨୦୦୨ ପରେ ସବୁଠାରୁ ବଡ଼ ପରିବର୍ତ୍ତନ IRCTC ୱେବସାଇଟ୍ ପ୍ରଥମେ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା। ସେହି ସମ...