Posts

Showing posts with the label ଓସଡମା

ସେପ୍ଟେମ୍ବରରେ 2 ରେ ୟୁଏନ୍‌ଡିପି ଓ ସିଭିକ୍‌ଡାଟାଲ୍ୟାବ୍‌ ସହ ଓସଡମା ର ଦୁଇ ବୁଝାମଣାପତ୍ର ସ୍ୱାକ୍ଷର କରାଯିବ।

Published by: Greatfuture Info ଭୁବନେଶ୍ୱର, ୩୧/୦୮/୨୦୨୬: ଓଡ଼ିଶାରେ ବିପର୍ଯ୍ୟୟ ବିପଦର ଆକଳନ, ତଥ୍ୟ ପରିଚାଳନା, ଡିଜିଟାଲ୍ ଭିତ୍ତିଭୂମି ଏବଂ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ପକ୍ଷରୁ ୟୁଏନ୍‌ଡିପି (UNDP) ଏବଂ ସିଭିକ୍‌ଡାଟାଲ୍ୟାବ୍‌ (CDL - CivicDataLab) ସହ ଆସନ୍ତା ୨ ସେପ୍ଟେମ୍ବର ୨୦୨୬ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର କରାଯିବ। ଏହି ଦୁଇ ସହଭାଗିତା ମାଧ୍ୟମରେ ଓଡ଼ିଶାରେ ଅଧିକ ତଥ୍ୟଭିତ୍ତିକ, ପରସ୍ପର ସମନ୍ୱିତ ଏବଂ ବିପଦ-ସଚେତନ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ପଦକ୍ଷେପ ନିଆଯିବ। ଓସଡମା-ୟୁଏନ୍‌ଡିପି ବୁଝାମଣାପତ୍ର: ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ବ୍ୟାପକ ହାଜାର୍ଡ, ରିସ୍କ ଆଣ୍ଡ ଭଲ୍ନେରାବିଲିଟି ଆସେସମେଣ୍ଟ (ଏଚ୍‌ଆର୍‌ଭିଏ) କରିବ ନିମନ୍ତେ ଓସଡମା ଓ ୟୁଏନ୍‌ଡିପି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓସଡମା ପାଇଁ ଏକ ରାଜ୍ୟ-ମାଲିକାନାଧୀନ, ଜିଆଇଏସ୍‌ ସକ୍ଷମ ଏଚ୍‌ଆର୍‌ଭିଏ ପ୍ଲାଟଫର୍ମ ବିକଶିତ କରିବା। ଏହା ମାଧ୍ୟମରେ ରାଜ୍ୟରେ ବିଭିନ୍ନ ବିପଦର ତଥ୍ୟଭିତ୍ତିକ ଆକଳନ କରାଯାଇପାରିବ। ବିପଦ, ଏକ୍ସପୋଜର, ଭଲନରେବିଲିଟି ଏବଂ ସାମଗ୍ରିକ ବିପଦ ଆଶଙ୍କା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବା ସହ ବିଭିନ୍ନ ପ୍ରଶା...