Posts

Showing posts with the label ସମ୍ମାନନୀୟ ଅତିଥି

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୪ତମ ପ୍ରତିଷ୍ଠା ଦିବସ ପାଳିତ।

Published by: Greatfuture Info ଭୁବନେଶ୍ବର, ୭ ସେପ୍ଟେମ୍ବର ୨୦୨୬: ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟପାଡ ବିଧାୟକ ରୁପୁ ଭତ୍ରା ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡଃ ଏନ୍. ତିରୁମାଲା ନାୟକ ଉପସ୍ଥିତ ଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିୟତି ପଟ୍ଟନାୟକ,  ପରିଷଦର ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ସଚିବ ଶୁଭ୍ରାବାଳା ବେହେରା, ଉପାଧ୍ୟକ୍ଷ ଅକ୍ରୁର ବାରିକ, ପରୀକ୍ଷା ନିୟନ୍ତ୍ରକ ଡ ପ୍ରଶାନ୍ତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।   ଏହି ଅବସରରେ ମୁଖ୍ୟ ଅତିଥି ପରିଷଦର ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନାକୁ ପ୍ରଶଂସା କରିବା ସହ ଗୁଣାତ୍ମକ ଶିକ୍ଷାକୁ ଦ୍ବିଗୁଣିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ସେ କହିଛନ୍ତି, ଶିକ୍ଷାର ମୂଳଦୁଆକୁ ସୁଦୃଢ଼ କରିବାରେ ପରିଷଦ ସର୍ବଦା ନିଜର ଆକୁଣ୍ଠ ପ୍ରୟାସ କରି ଆସିଛି । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପରିଷଦ ଶିକ୍ଷାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି ବୋଲି ସେ ମତ ପ୍ରକାଶ କରିଛନ୍ତି । ସେହିପରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟୁକ୍ତ-ତଥା-ଶାସନ ସଚିବ ଆଲୋକପାତ କରିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ଅଭିଜ୍ଞତ...