ଲୋକସଭାରେ ସର୍ବୋଚ୍ଚ ନ୍ୟାୟାଳୟ (ବିଚାରପତି ସଂଖ୍ୟା) ସଂଶୋଧନ ବିଲ୍, ୨୦୨୬ ଆଗତ।
Publisher:- Greatfuture Info ସଂସଦର ଚାଲୁଥିବା ବର୍ଷାକାଳୀନ ଅଧିବେଶନରେ ସୋମବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଲୋକସଭାରେ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ "ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ବିଲ୍, ୨୦୨୬" ଲୋକସଭାରେ ଆଗତ କରିଛନ୍ତି। ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ସୁପ୍ରିମକୋର୍ଟରେ ବିଚାରପତିଙ୍କ ଅନୁମୋଦିତ ସଂଖ୍ୟା ବୃଦ୍ଧି କରିବା ଏବଂ ପୂର୍ବରୁ ଜାରି ହୋଇଥିବା ଅଧ୍ୟାଦେଶକୁ ଆଇନର ରୂପ ଦେବା ବୋଲି ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁପ୍ରିମକୋର୍ଟରେ ଭାରତର ମୁଖ୍ୟ ବିଚାରପତି (CJI)ଙ୍କୁ ସାମିଲ କରି ମୋଟ ୩୮ଟି ପଦ ଅନୁମୋଦିତ ରହିବ। ଅର୍ଥାତ୍, ମୁଖ୍ୟ ବିଚାରପତିଙ୍କ ବ୍ୟତୀତ ୩୭ ଜଣ ବିଚାରପତି ନିଯୁକ୍...