Posts

Showing posts with the label ଅର୍ଥ ମନ୍ତ୍ରଣାଳୟ

କେନ୍ଦ୍ରୀୟ ଅତିରିକ୍ତ କର ବଣ୍ଟନ ବ୍ୟବସ୍ଥାରେ ଓଡିଶାକୁ ମିଳିଲା 4819 କୋଟି।

Image
ଦେଶର ବିଭିନ୍ନ ରାଜ୍ୟର ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତି ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଆର୍ଥିକ ପଦକ୍ଷେପ ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୧ ତାରିଖରେ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ମୋଟ ୧ ଲକ୍ଷ ୯ ହଜାର ୧୯ କୋଟି ଟଙ୍କାର ଅତିରିକ୍ତ କର ବଣ୍ଟନ  ଜାରି କରାଯାଇଛି। ଏହି ଅର୍ଥ ଅଗଷ୍ଟ ୧୦ ତାରିଖରେ ହେବାକୁ ଥିବା ନିୟମିତ ମାସିକ କର ବଣ୍ଟନଠାରୁ ସମ୍ପୂର୍ଣ୍ଣ ଅଲଗା ଏବଂ ଏହାକୁ ଅତିରିକ୍ତ କିସ୍ତି ଭାବେ ପ୍ରଦାନ କରାଯାଇଛି ରିପୋର୍ଟ ପ୍ରକାଶ ପାଇଛି।                                                                           ପ୍ରକାଶିତ ରିପୋର୍ଟ ଅନୁସାରେ :- କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ଏହି ଅତିରିକ୍ତ ଅର୍ଥ ପ୍ରଦାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟ ସରକାରମାନଙ୍କୁ ବିକାଶମୂଳକ ଯୋଜନା, ପୁଞ୍ଜି ବିନିଯୋଗ ଏବଂ ଜନକଲ୍ୟାଣମୂଳକ ପ୍ରକଳ୍ପଗୁଡ଼ିକରେ ବିନିଯୋଗ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇବା। ଏହା ଫଳରେ ରାଜ୍ୟଗୁଡ଼ିକ ନିଜ ନିଜ ଉନ୍ନୟନ ପ୍ରକଳ୍ପକୁ ବିଳମ୍ବ ନକରି କାର୍ଯ୍ୟ ଆଗକୁ ବଢ଼ା...