କୋରାପୁଟରେ ECIର SIR-2026 ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ।
Published by: Greatfuture Info ଭୁବନେଶ୍ୱର,୦୩ ସେପ୍ଟେମ୍ବର: ଭାରତ ନିର୍ବାଚନ କମିଶନ (ଇସିଆଇ)ଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କୋରାପୁଟ ଜିଲ୍ଲା ସଂଗ୍ରହାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତ ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ ଏସ୍.ବି. ଯୋଶୀ, ଅନୁ ସଚିବ ଶ୍ରୀ ବିଭୋର ଅଗ୍ରୱାଲ ଏବଂ ଓଡ଼ିଶା ସରକାରଙ୍କ ଗୃହ (ନିର୍ବାଚନ) ବିଭାଗର ଉପସଚିବ ଜିତେନ୍ଦ୍ର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ବୈଠକର ପ୍ରାରମ୍ଭରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଭାରତ ନିର୍ବାଚନ କମିଶନ ଏବଂ ରାଜ୍ୟ ଗୃହ (ନିର୍ବାଚନ) ବିଭାଗର ଆଗତ କର୍ମକର୍ତ୍ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ସହ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ କରିଥିଲେ। ଆସନ୍ତା ୨୧.୦୯.୨୦୨୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବାକୁ ଥିବାବେଳେ, ପ୍ରମୁଖ ସଚିବ ଯୋଶୀ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀୱାରୀ ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସେ ସମସ୍ତ ନିର୍ବାଚକ ପଞ୍ଜିକରଣ ଅଧିକାରୀଙ୍କ ସହ ସ୍ୱତନ୍ତ୍ର ଭାବେ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ, ଅଗ୍ରଗତି ଏବଂ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ପ୍ରମୁଖ ସଚିବ ନିର୍...