Posts

Showing posts with the label ପୂର୍ବତଟ ରେଳପଥ

JAN VISHWAS ACT 2026 Compliance Report: ଜନ ବିଶ୍ୱାସ ଅଧିନିୟମ- ୨୦୨୬ ଅନୁଯାୟୀ ରେଳ ନିୟମର ଅନୁପାଳନକୁ ଅଧିକ ସୁଦୃଢ଼ କରିଛି।

Image
JAN VISHWAS ACT 2026 Compliance Report :  Published By:Greatfuture Info  ଭୁବନେଶ୍ୱର, ୨୪ ଅକ୍ଟୋବର ୨୦୨୬ ପୂର୍ବ ତଟ ରେଳପଥ ଯାତ୍ରୀ ସୁରକ୍ଷା, ଜନସାଧାରଣଙ୍କ ସୁବିଧା, ପରିଚ୍ଛନ୍ନତା ଏବଂ ରେଳବାଇ ପରିସରରେ ଦାୟିତ୍ୱପୂର୍ଣ୍ଣ ଆଚରଣକୁ ସୁନିଶ୍ଚିତ କରିବା ଦିଗରେ ଜନ ବିଶ୍ୱାସ ଅଧିନିୟମ, ୨୦୨୬ ଅନୁଯାୟୀ ରେଳ ନିୟମର ଅନୁପାଳନକୁ ଅଧିକ ସୁଦୃଢ଼ କରିଛି। ୧୯ ଜୁନ୍ ୨୦୨୬ ଠାରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବିଭିନ୍ନ ନିୟମ ଉଲ୍ଲଂଘନ ଅଭିଯୋଗରେ ପୂର୍ବ ତଟ ରେଳପଥ ପକ୍ଷରୁ ୧୯,୩୮୮ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଠାରୁ ରେଳବାଇ ଅଧିନିୟମ, ୧୯୮୯ର ପ୍ରଯୁଜ୍ୟ ବ୍ୟବସ୍ଥା ଅନୁଯାୟୀ ମୋଟ ୧,୦୦,୬୮,୧୨୫ ଟଙ୍କା (ଏକ କୋଟିରୁ ଅଧିକ ଟଙ୍କା) ଜୋରିମନା ଆଦାୟ କରାଯାଇଛି। ଜନ ବିଶ୍ୱାସ ଅଧିନିୟମ, ୨୦୨୬ ଅନୁଯାୟୀ ରେଳବାଇ ଅଧିନିୟମ, ୧୯୮୯ର ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ସଂଶୋଧିତ ଦଣ୍ଡବିଧାନ ବ୍ୟବସ୍ଥା ମାଧ୍ୟମରେ ନିୟମ ପାଳନକୁ ପ୍ରୋତ୍ସାହିତ କରିବା ଏବଂ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା ଏହାର ଉଦ୍ଦେଶ୍ୟ। ଏହି ବ୍ୟବସ୍ଥା ଗୁଡ଼ିକର କାର୍ଯ୍ୟକାରିତା ମାଧ୍ୟମରେ ପୂର୍ବ ତଟ ରେଳପଥ ବେଆଇନ କାର୍ଯ୍ୟକଳାପକୁ ନିରୁତ୍ସାହିତ କରିବା, ରେଳବାଇ ପରିସରରେ ଶୃଙ୍ଖଳିତ ଯାତାୟାତ ସୁନିଶ୍ଚିତ କରିବା ଏବଂ ଯାତ୍ରୀମାନଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ପଦକ୍ଷେପ ନେଉଛି। ଏହି ଅଭିଯାନରେ ବେଆଇନ ଭାବେ ହକର କରିବା ଓ ...

Rail Jan Samvad Programme update news: :କଟଜ ଓ ଭୁବନେଶ୍ୱର ରେଳ ଷ୍ଟେସନ ରେ "ରେଳ ଜନ ସମ୍ବାଦ କାର୍ଯ୍ୟକ୍ରମ",ଯାତ୍ରୀଙ୍କ ସମସ୍ୟା ବୁଝିଲେ ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ।

Rail Jan Samvad Programme update news: Published by :Greatfuture Info  ଭୁବନେଶ୍ୱର, 22 ଅକ୍ଟୋବର; ଯାତ୍ରୀଙ୍କ ଅଭିଯୋଗ ଶୁଣିବେ ରେଳ ଅଧିକାରୀ, ମତାମତ ଆଧାରରେ ହେବ ରେଳ ସେବାରେ ସୁଧାର। ଯାତ୍ରୀଙ୍କ ସହ ସିଧାସଳଖ ଯୋଡ଼ି ହେବା ଏବଂ ରେଳ ସେବାକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ହୋଇଛି ‘ରେଳ ଜନ ସମ୍ବାଦ’ କାର୍ଯ୍ୟକ୍ରମ। ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ ହୋଇଛି ଜନସମ୍ବାଦ କାର୍ଯ୍ୟକ୍ରମ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଯାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସୁବିଧା, ଅସୁବିଧା, ଷ୍ଟେସନର ସ୍ୱଚ୍ଛତା ଓ ସୁରକ୍ଷା ସମ୍ପର୍କରେ ପଚାରି ବୁଝିଛନ୍ତି । ଯାତ୍ରୀସେବାକୁ ଆହୁରି ସହଜ ଓ ସୁଦୃଢ଼ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏଥିସହ ଭୁବନେଶ୍ୱର ରେଳ ଷ୍ଟେସନର ନିର୍ମାଣ କାର୍ଯ୍ୟ ଆସନ୍ତାବର୍ଷ ସୁଦ୍ଧା ଶେଷ କରି ଲୋକଙ୍କ ପାଇଁ ସମର୍ପିତ କରାଯିବ ବୋଲି ସୂଚନା ଦେଇଛନ୍ତି। କେବଳ ଭୁବନେଶ୍ୱର ନୁହେଁ,  କଟକ ରେଳ ଷ୍ଟେସନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ବି.କେ. ମିଶ୍ର ଏବଂ ବରିଷ୍ଠ ରେଳ ଅଧିକାରୀ। ଷ୍ଟେସନରେ ଉପଲବ୍ଧ ସୁବିଧା, ସ୍ୱଚ୍ଛତା ଏବଂ ଯାତ୍ରା ସମୟରେ ହେଉଥିବା ସମସ୍ୟା ସମ୍ପର୍କରେ ଯାତ୍ରୀଙ୍କ ମତାମତ ଶୁଣିଛ...

ପୂର୍ବ ତଟ ରେଳପଥର ସୌର CCTV ନେଟୱର୍କରେ ଅପରାଧ ହ୍ରାସ।

Image
Published by:-Greatfuture Info ଭୁବନେଶ୍ୱର, ସେପ୍ଟେମ୍ବର ୨୫: ରେଳ ସୁରକ୍ଷା ଓ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ପୂର୍ବତଟ ରେଳପଥ ପକ୍ଷରୁ ସୌରଚାଳିତ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିଛି। ସୌରଚାଳିତ ସିସିଟିଭି ଦ୍ୱାରା ନିରୀକ୍ଷଣ କରାଯାଉଥିବା ସ୍ଥାନଗୁଡ଼ିକରେ ବିଭିନ୍ନ ଅପରାଧ ଘଟଣାରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି। କ୍ୟାମେରା ସ୍ଥାପନ ପୂର୍ବରୁ ଜାନୁଆରୀରୁ ଅଗଷ୍ଟ ୨୦୨୫ ଏବଂ ସୌର ଶକ୍ତି ଚାଳିତ ସିସିଟିଭି କ୍ୟାମେରା ସ୍ଥାପନ ପରେ ଜାନୁଆରୀରୁ ଅଗଷ୍ଟ ୨୦୨୬ ମଧ୍ୟରେ ଘଟିଥିବା ଅପରାଧିକ ଘଟଣାଗୁଡ଼ିକର ଏକ ତୁଳନାତ୍ମକ ବିଶ୍ଳେଷଣରୁ ଜଣାପଡ଼େ ଯେ ରେଳବାଇ ସହ ଜଡ଼ିତ ବିଭିନ୍ନ ବର୍ଗର ମାମଲାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଅପରାଧ ଘଟଣାରେ ପ୍ରଭାବ: ସାବୋଟାଜ୍/ବାହ୍ୟ ବସ୍ତୁ ରଖିବା: ମାମଲା ସଂଖ୍ୟା ୧ରୁ 0କୁ ଖସିଛି (୧୦୦% ହ୍ରାସ) କେବୁଲ୍ କାଟିବା: ମାମଲା ସଂଖ୍ୟା ୧୦ରୁ ୧କୁ ଖସିଛି (୯୦% ହ୍ରାସ) ପଥର ଫିଙ୍ଗିବା: ମାମଲା ସଂଖ୍ୟା ୨୦ରୁ ୩କୁ ଖସିଛି (୮୫% ହ୍ରାସ) ଯାତ୍ରୀଙ୍କ ସାମଗ୍ରୀ ଚୋରି: ମାମଲା ସଂଖ୍ୟା ୨ରୁ 0କୁ ଖସିଛି (୧୦୦% ହ୍ରାସ) ଆଲାର୍ମ ଚେନ୍ ଟାଣିବା: ମାମଲା ସଂଖ୍ୟା ୧୫୮ରୁ ୨୯କୁ ଦ୍ରୁତ ଗତିରେ ହ୍ରାସ ପାଇଛି (୮୨% ହ୍ରାସ) ଅନ୍ୟାନ୍ୟ ଅପରାଧ: ମାମଲା ସଂଖ୍ୟା ୯ରୁ ୧କୁ ଖସିଛି (୯୦% ହ୍ରାସ) ସାମଗ୍ରିକ ଭାବେ, ଏହି ବର୍ଗଗୁଡ଼ିକରେ ରିପୋର୍ଟ ହୋଇଥିବ...

ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ ।

Image
Published By: Greatfuture Info   ଭୁବନେଶ୍ୱର, ସେପ୍ଟେମ୍ବର ୧୬, ୨୦୨୬: ପୂର୍ବ ତଟ ରେଳପଥ  ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ରେ ମାଲ୍‌ବାହୀ ଟ୍ରେନ୍‌ରୁ ପଣ୍ୟ ଖଲାସ ବା ଅନ୍‌ଲୋଡିଂ କ୍ଷେତ୍ରରେ ୧୦୦ ମେଟ୍ରିକ୍ ଟନର ସୀମା ଅତିକ୍ରମ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ୧୭ ଦିନ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରି ପୂର୍ବ ତଟ ରେଳପଥ ଦେଶର ପ୍ରଥମ ରେଳ ଜୋନ୍‌ରେ ପରିଣତ ହୋଇଛି। ଏହି ସଫଳତା ପୂର୍ବତଟ ରେଳପଥର ପଣ୍ୟ ହ୍ୟାଣ୍ଡଲିଂ, ୱାଗନ୍‌ ଟର୍ନଅରାଉଣ୍ଡ ଏବଂ ରେଳ ସମ୍ପତ୍ତିର ସର୍ବୋତ୍ତମ ବ୍ୟବହାର କ୍ଷେତ୍ରରେ ପୂର୍ବ ତଟ ରେଳପଥର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି। ଏହା ଫଳରେ ରେଳପଥ ମାଧ୍ୟମରେ ପଣ୍ୟର ଅଧିକ ଦ୍ରୁତ ଓ ଦକ୍ଷ ପରିବହନ ସମ୍ଭବ ହେଉଛି। ଏହି ସମୟ ମଧ୍ୟରେ, ୨୦୨୫–୨୬ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ପୂର୍ବତଟ ରେଳପଥ ପଣ୍ୟ ରିଲିଜ୍‌ ଟନେଜ୍‌ରେ ୯.୮% ଅଭିବୃଦ୍ଧି ରେକର୍ଡ କରିଛି। ବିଶେଷକରି BOXN ଏବଂ BOBRN ୱାଗନ୍‌ଗୁଡ଼ିକର ଉନ୍ନତ ହ୍ୟାଣ୍ଡଲିଂ ଓ ଶୀଘ୍ର ରିଲିଜ୍‌ ଦ୍ୱାରା ଏହି ବୃଦ୍ଧି ସମ୍ଭବ ହୋଇପାରିଛି। ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ BOXN ୱାଗନ୍‌ଗୁଡ଼ିକର ରିଲିଜ୍ ୭.୩% ବୃଦ୍ଧି ପାଇଥିବା ବେଳେ BOBRN ୱାଗନ୍‌ ରିଲିଜ୍‌ରେ ୯.୮% ବୃଦ୍ଧି ପଞ୍ଜୀକୃତ ହୋଇଛି। ୱାଗନ୍‌ ରିଲିଜ୍‌ରେ ଏହି ସୁଧାର, ଉନ୍ନତ ଟ...

ପୂର୍ବ ତଟ ରେଳପଥର ଏକ ଟ୍ରେନ , ୨୦୦ ବହି ଓ ଶହ ଶହ କାହାଣୀକୁ ନେଇ ଏକ ନିଆରା ଯାତ୍ରା ।

Image
Published by: Greatfuture Info ଭୁବନେଶ୍ୱର, ସେପ୍ଟେମ୍ବର ୦୬, ୨୦୨୬: ସକାଳର ଟ୍ରେନ୍‌ରେ ପ୍ରତିଦିନ ଭଳି ଯାତ୍ରୀମାନେ ଥିଲେ। କିନ୍ତୁ ଏଥର ଟ୍ରେନରେ ଥିଲା କିଛି ଅସାଧାରଣ—ବହି, କବିତା ଏବଂ ଶତାଧିକ ଲୋକ, ଯେଉଁମାନେ କେବଳ ଓଡ଼ିଶାରେ ଯାତ୍ରା କରିବାକୁ ନୁହେଁ, ବରଂ ଶବ୍ଦର ଦୁନିଆ ଭିତରେ ଏକ ଦିନ ବିତାଇବାକୁ ବାହାରିଥିଲେ। ରବିବାର ଟ୍ରେନ ନମ୍ବର ୬୮୪୨୯ ଭୁବନେଶ୍ୱର–ଦଶପଲ୍ଲା ମେମୁରେ ଚଢ଼ିଥିବା ପାଠକ ଓ ଲେଖକମାନଙ୍କ ପାଇଁ ଏହି ଯାତ୍ରା ଏକ ଚଳନ୍ତା ସାହିତ୍ୟିକ ସମାବେଶରେ ପରିଣତ ହୋଇଥିଲା। ଭୁବନେଶ୍ୱରସ୍ଥିତ 'ୱାକିଂ ବୁକ୍ ଫେୟାର୍ସ'ର ସହଯୋଗରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ‘ରେଳ ରିଡିଂ କ୍ୟାମ୍ପେନ୍–ଗିଫ୍ଟ ଏ ବୁକ୍’ କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ଅଂଶଗ୍ରହଣ କରିଥିଲେ। ଏହି ସାହିତ୍ୟିକ ଯାତ୍ରାକୁ ଆହୁରି ସ୍ୱତନ୍ତ୍ର କରିଥିଲା ପ୍ରଖ୍ୟାତ ଲେଖକ ଓ ସାହିତ୍ୟିକ ଜେରୀ ପିଣ୍ଟୋ, ଶରତ ଚନ୍ଦ୍ର ଦାସ, କ୍ରିଷ୍ଟୋଫ ରାନ୍ସମାୟର, ଆକୃତି ମାନ୍ଧୱାନୀ ଏବଂ ଚନ୍ଦ୍ରହାସ ଚୌଧୁରୀଙ୍କ ଉପସ୍ଥିତି। ସେମାନେ ଅଂଶଗ୍ରହଣକାରୀ ଏବଂ ପାଠକମାନଙ୍କ ସହ ନିଜର କବିତା, ଚିନ୍ତାଧାରା, ସାହିତ୍ୟିକ ଅନୁଭବ ଓ ସୃଜନଶୀଳତାର ବିଭିନ୍ନ ଦିଗ ବାଣ୍ଟିଥିଲେ। ସେମାନଙ୍କ ଉପସ୍ଥିତି ଏହି ରେଳଯାତ୍ରାକୁ ପାଠକ, ଲେଖକ ଓ ସାହିତ୍ୟପ୍ରେମୀମାନଙ୍କ ମଧ୍ୟରେ ଏକ ନିଆରା ଆଲୋଚନା ଓ ଭାବବିନିମୟର ପରିସରରେ ପରିଣତ କରିଥିଲା। ଏହି ଅଭ...