ରାଞ୍ଚି ସ୍ଥିତ ୟୁଆଇଡିଏଆଇ ଆଞ୍ଚଳିକ କାର୍ଯ୍ୟାଳୟ ଠାରେ ପିଆଇବି ଭୁବନେଶ୍ୱର ଓ ରାଞ୍ଚିର ଅତିରିକ୍ତ ମହାନିର୍ଦ୍ଦେଶକ ଙ୍କ ଅଧ୍ୟକ୍ଷତାରେ ଆଇଏମପିସିସି ବୈଠକ ଅନୁଷ୍ଠିତ।
Published by: Greatfuture Info ରାଞ୍ଚି, ୯ ସେପ୍ଟେମ୍ବର ରାଞ୍ଚି ସ୍ଥିତ ୟୁଆଇଡିଏଆଇ ଆଞ୍ଚଳିକ କାର୍ଯ୍ୟାଳୟ ଠାରେ ଏକ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଆଇବି ଭୁବନେଶ୍ୱର ଓ ରାଞ୍ଚିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇ ଜନହିତ ସହ ଜଡ଼ିତ ଯୋଜନା ବିଷୟରେ ମତବିନିମୟ କରିବା ସହିତ ସେମାନଙ୍କର ଉପଲବ୍ଧି ସମ୍ପର୍କରେ ଅବତାରଣା କରିଥିଲେ । ଗଣ ଯୋଗାଯୋଗକୁ ଅଧିକ ଅର୍ଥପୂର୍ଣ୍ଣ ଏବଂ ପ୍ରଭାବୀ କରିବା ଲାଗି ମାନବୀୟ ସମ୍ବେଦନଶୀଳତାର ଗୁରୁତ୍ୱ ଉପରେ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ । ଫ୍ରାଞ୍ଜ କାଫକାଙ୍କ ‘‘ମେଟାମର୍ଫୋସିସ୍’’ ବିଷୟରେ ଉଲ୍ଲେଖ କରି ସେ କହିଥିଲେ, ମାନବ ସମ୍ପର୍କ ନଷ୍ଟ ହୋଇଗଲେ, ଯୋଗାଯୋଗ ଏକ ସେତୁ ବଦଳରେ ଏକ ପ୍ରତିବନ୍ଧକ ହୋଇଥାଏ । ବିଚ୍ଛିନ୍ନତା, ପ୍ରତ୍ୟାହାର, ମୂଲ୍ୟହୀନତାର ଭାବନା ଏବଂ ଭିନ୍ନତାରୁ ସୃଷ୍ଟି ହେଉଥିବା ପ୍ରତିବନ୍ଧକଗୁଡ଼ିକୁ ଭାଙ୍ଗିବାକୁ ପଡ଼ିବ । କାରଣ ପ୍ରତ୍ୟେକ କ୍ରିୟା ପଛରେ ଥିବା ମଣିଷକୁ ଚିହ୍ନି ପାରିଲେ ଯୋଗାଯୋଗ ପ୍ରକୃତରେ ପ୍ରଭାବଶାଳୀ ହୋଇଯାଏ । ୟୁଆଇଡିଏଆଇର ନିର୍ଦ୍ଦେଶକ (ଅଭିଯୋଗ ସମାଧାନ) ରାଜର୍ଷି ଦେ ଝାଡ଼ଖଣ୍ଡରେ ଆଧାର ନେଟୱାର୍କର ପ୍ରସାର ଉପରେ ଆଲୋକପାତ କରିଥିଲ...