Posts

Showing posts with the label ବାଣିଜ୍ୟ ପରିବହନ ବିଭାଗ

ସେବା ସଂକଳ୍ପ ଅଭିଯାନ' ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମାସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ।

Image
Published by:Greatfuture Info  ଭୁବନେଶ୍ୱର, ୧୭ ସେପ୍ଟେମ୍ବର: ଆରମ୍ଭ ହୋଇଛି 'ସେବା ସଂକଳ୍ପ ଅଭିଯାନ'। ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମାସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯାନ ଚାଳନା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନରେ(ଆଇଡିଟିଆର), ପାଲୁର, ଗଞ୍ଜାମ ପରିସରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳିତ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଇଡିଟିଆରର ସମସ୍ତ କର୍ମଚାରୀ ଏବଂ ଗାଡ଼ି ଚାଳନା ପ୍ରଶିକ୍ଷଣ ନେଉଥିବା ଅନ୍ତେବାସୀମାନେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ସାମିଲ୍ ହୋଇଥିଲେ ଏବଂ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।  ସେହିଭଳି, ଏହି ଅଭିଯାନ ଅନ୍ତର୍ଗତରେ ପରିବେଶ ସୁରକ୍ଷା ଓ ସେବା ମନୋଭାବର ବାର୍ତ୍ତା ଦେଇ ଭୁବନେଶ୍ୱର-୨ ଆରଟିଓ ପରିସରରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ ବୃକ୍ଷରୋପଣ କରିବା ସହ ସମାଜରେ ସେବା ମନୋଭାବ ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ। କଟକ ସ୍ଥିତ ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା କେନ୍ଦ୍ର ପରିସରରେ ପରିବହନ ଆୟୁକ୍ତ ଅମିତାଭ ଠାକୁର ବୃକ୍ଷରୋପଣ କରିବା ସହ ସମସ୍ତଙ୍କୁ ସଡ଼କ ସୁରକ୍ଷା ଶପଥପାଠ କରାଇଥିଲେ।  ଏହି ପରିପ୍ରେକ୍ଷୀରେ, ମାନ୍ୟବର ବାଣିଜ୍ୟ ଓ ...

ରାଜପଥ ପାର୍ଶ୍ୱରେ ନିର୍ମାଣାଧୀନ ଅତ୍ୟାଧୁନିକ ଟ୍ରକ୍ ଟର୍ମିନାଲ୍‌ର ସୁଚାରୁ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ IOCL ମଧ୍ୟରେ ଏକ MoU ସ୍ୱାକ୍ଷରିତ।

Image
ଭୁବନେଶ୍ୱର, ୭ ସେପ୍ଟେମ୍ବର ୨୦୨୬:   ଜାତୀୟ ଓ ରାଜ୍ୟ ରାଜପଥରେ ଅବୈଧ ପାର୍କିଂ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣା ଓ ତଦଜନିତ ପ୍ରାଣହାନିକୁ ରୋକିବା ସହ ଭାରୀଯାନ ଚାଳକମାନଙ୍କୁ ଉନ୍ନତ ସୁବିଧା-ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।  ରାଜପଥ ପାର୍ଶ୍ୱରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ଟ୍ରକ୍ ଟର୍ମିନାଲ୍‌ଗୁଡ଼ିକର ସୁଚାରୁ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଭାରତ ସରକାରଙ୍କ ଅଗ୍ରଣୀ ଉଦ୍ୟୋଗ ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍’ (IOCL) ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍. ବି. ଏସ୍. ରାଜପୁତ, ପରିବହନ କମିଶନର ଅମିତାଭ ଠାକୁର ଏବଂ IOCLର ରାଜ୍ୟ ମୁଖ୍ୟ କମଲ ସିଲ୍‌ ଓ ଡିଜିଏମ୍ ସଚିନ୍ଦ୍ର ଗୁନୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।  ପରିବହନ ବିଭାଗ ପକ୍ଷରୁ ଅତିରିକ୍ତ ପରିବହନ କମିସନର (ସଡ଼କ ସୁରକ୍ଷା) ଦୀପ୍ତିରଞ୍ଜନ ପାତ୍ର ଏବଂ IOCL ପକ୍ଷରୁ ରାଜ୍ୟ ରିଟେଲ ମୁଖ୍ୟ ଚିରଞ୍ଜୀବ ପୋଦାର ଏହି MoUରେ ସ୍ୱାକ୍ଷର କରିଛନ୍ତି। ରାସ୍ତାରେ ଅସୁରକ୍ଷିତ ଭାବେ ଛିଡ଼ା ହୋଇ ରହୁଥିବା ଗାଡ଼ି ସହିତ ଧକ୍କା ହେବା କାରଣରୁ ଓଡ଼ିଶାରେ ପ୍ରତିବର୍ଷ ୩୦୦ରୁ ଅଧିକ ଜଣ ଲୋକ ପ୍ରାଣ ହରାଉଛନ୍ତି। ବିଭିନ୍...