Posts

Showing posts with the label ବାଣିଜ୍ୟ ପରିବହନ ବିଭାଗ

ରାଜପଥ ପାର୍ଶ୍ୱରେ ନିର୍ମାଣାଧୀନ ଅତ୍ୟାଧୁନିକ ଟ୍ରକ୍ ଟର୍ମିନାଲ୍‌ର ସୁଚାରୁ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ IOCL ମଧ୍ୟରେ ଏକ MoU ସ୍ୱାକ୍ଷରିତ।

Image
ଭୁବନେଶ୍ୱର, ୭ ସେପ୍ଟେମ୍ବର ୨୦୨୬:   ଜାତୀୟ ଓ ରାଜ୍ୟ ରାଜପଥରେ ଅବୈଧ ପାର୍କିଂ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣା ଓ ତଦଜନିତ ପ୍ରାଣହାନିକୁ ରୋକିବା ସହ ଭାରୀଯାନ ଚାଳକମାନଙ୍କୁ ଉନ୍ନତ ସୁବିଧା-ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।  ରାଜପଥ ପାର୍ଶ୍ୱରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ଟ୍ରକ୍ ଟର୍ମିନାଲ୍‌ଗୁଡ଼ିକର ସୁଚାରୁ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଭାରତ ସରକାରଙ୍କ ଅଗ୍ରଣୀ ଉଦ୍ୟୋଗ ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍’ (IOCL) ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍. ବି. ଏସ୍. ରାଜପୁତ, ପରିବହନ କମିଶନର ଅମିତାଭ ଠାକୁର ଏବଂ IOCLର ରାଜ୍ୟ ମୁଖ୍ୟ କମଲ ସିଲ୍‌ ଓ ଡିଜିଏମ୍ ସଚିନ୍ଦ୍ର ଗୁନୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।  ପରିବହନ ବିଭାଗ ପକ୍ଷରୁ ଅତିରିକ୍ତ ପରିବହନ କମିସନର (ସଡ଼କ ସୁରକ୍ଷା) ଦୀପ୍ତିରଞ୍ଜନ ପାତ୍ର ଏବଂ IOCL ପକ୍ଷରୁ ରାଜ୍ୟ ରିଟେଲ ମୁଖ୍ୟ ଚିରଞ୍ଜୀବ ପୋଦାର ଏହି MoUରେ ସ୍ୱାକ୍ଷର କରିଛନ୍ତି। ରାସ୍ତାରେ ଅସୁରକ୍ଷିତ ଭାବେ ଛିଡ଼ା ହୋଇ ରହୁଥିବା ଗାଡ଼ି ସହିତ ଧକ୍କା ହେବା କାରଣରୁ ଓଡ଼ିଶାରେ ପ୍ରତିବର୍ଷ ୩୦୦ରୁ ଅଧିକ ଜଣ ଲୋକ ପ୍ରାଣ ହରାଉଛନ୍ତି। ବିଭିନ୍...