Posts

Showing posts with the label ବିକାଶ

"ଯେଉଁ ମାନେ କିଛି ବି ଶିଖିନାହାନ୍ତି", ସେମାନେ ଶିଖାଇବେ କଣ?

Image
                                                                               ଗାଁର ଗୋଟିଏ ପୁରୁଣା ବରଗଛ ତଳେ ପ୍ରତିଦିନ ସନ୍ଧ୍ୟାରେ ଅନେକ ଲୋକ ବସୁଥିଲେ। କେହି ଚାଷୀ, କେହି ଦୋକାନୀ, କେହି ଛାତ୍ର। ସେମାନଙ୍କ ମଧ୍ୟରେ ଜଣେ ଯୁବକ ଥିଲା, ନାମ ଅମର । ସେ ପ୍ରତିଦିନ ମୋବାଇଲରେ ସୋସିଆଲ ମିଡ଼ିଆ ଦେଖୁଥିଲା ଏବଂ ସେଠାରୁ ମିଳୁଥିବା ବଡ଼ ବଡ଼ ଉପଦେଶ ସବୁକୁ ଶୁଣାଉଥିଲା। "ସଫଳତା ପାଇବାକୁ କେବଳ ବଡ଼ ସ୍ବପ୍ନ ଦେଖ।" "ଯେଉଁମାନେ ତୁମକୁ ବୁଝନ୍ତି ନାହିଁ, ସେମାନଙ୍କୁ ଛାଡ଼ିଦିଅ।" "ଦୁନିଆର ସବୁଠାରୁ ବଡ଼ ଶକ୍ତି ହେଉଛି ନିଜ ଉପରେ ବିଶ୍ୱାସ।" ଏପରି ବାକ୍ୟ ଶୁଣି ଅନେକ ଲୋକ ହାତତାଳି ଦେଉଥିଲେ। କାରଣ ବାକ୍ୟଗୁଡ଼ିକ ଶୁଣିବାକୁ ଭଲ ଲାଗୁଥିଲା। କିନ୍ତୁ ଗାଁର ଜଣେ ବୃଦ୍ଧ କାରିଗର,ବୁଦ୍ଧିରାମ  ବାବୁ, ସବୁବେଳେ ଚୁପଚାପ ବସି ରହୁଥିଲେ। ଦିନେ ଅମର  ପଚାରିଲା, "ବାବୁ, ଆପଣ କେବେ ମୋ କଥାର ପ୍ରଶଂସା କରୁନାହାନ୍ତି କାହିଁକି?" ବୁଦ୍ଧିରାମ  ବାବୁ ହସି କହିଲେ, "କଥା ଭଲ କି ଖରାପ, ତାହା ମୁଁ ଦେଖ...