ସାର୍ବଜନୀନ ଶୌଚାଳୟ ରେ ଦେବାକୁ ପଡିବ ୟୁଜର ଫି :BMC
ପ୍ରାୟ ପାଞ୍ଚ ବର୍ଷର ବ୍ୟବଧାନ ପରେ ଭୁବନେଶ୍ୱର ମହାନଗର ନିଗମ (BMC) ସହରର ସାର୍ବଜନୀନ ଶୌଚାଳୟ ବ୍ୟବହାର ପାଇଁ ପୁଣିଥରେ ୟୁଜର ଫି ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟର ଗୃହ ଓ ନଗର ଉନ୍ନୟନ ବିଭାଗ (H&UD) ପକ୍ଷରୁ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULBs)କୁ ପୁନର୍ବାର ୟୁଜର ଫି ଆଦାୟ କରିବାକୁ ଅନୁମତି ଦେବା ପରେ BMC ଏହି ପଦକ୍ଷେପ ନେଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁସାରେ :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ ଶୌଚାଳୟ, ୟୁରିନାଲ ଓ ବ୍ୟବହାର ପାଇଁ ସର୍ବାଧିକ ୧୦ ଟଙ୍କା ପର୍ଯ୍ୟନ୍ତ ୟୁଜର ଫି ଆଦାୟ କରାଯାଇପାରିବ। ତେବେ BMC ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ବ୍ୟବହାର ପାଇଁ ୫ ଟଙ୍କା ଶୁଳ୍କ ନିର୍ଦ୍ଧାରଣ କରିଛି। ବର୍ତ୍ତମାନ BMC ଅଧୀନରେ ପ୍ରାୟ ୧୧୦ଟି ସାର୍ବଜନୀନ ଶୌଚାଳୟ, ୧୮ଟି ଇ-ଟଏଲେଟ୍ ଓ ୫୬ଟି ସାମୁଦାୟିକ ଶୌଚାଳୟ ପରିଚାଳିତ ହେଉଛି। BMCର ...