କେଡିଏର ୪୪ତମ ପ୍ରତିଷ୍ଠା ଦିବସ ପାଳିତ, ସ୍ଥାୟୀ ଓ ଲୋକାଭିମୁଖୀ ସହରୀ ବିକାଶ ଉପରେ ଗୁରୁତ୍ୱ।
Published by: Greatfuture Info Kataka, September 1, କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ (କେଡିଏ) ପକ୍ଷରୁ ମଙ୍ଗଳବାର ଏହାର ୪୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। କଟକ ସେକ୍ଟର-୬ସ୍ଥିତ ୱିଣ୍ଡସର ପ୍ଲେସ୍ରେ ଏହି ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କେଡିଏର ଉପାଧ୍ୟକ୍ଷା ସୁଶ୍ରୀ କିରଣଦୀପ୍ କୌର ସହୋତା, କହିଥିଲେ ଯେ, କେଡିଏର ୪୪ ବର୍ଷର ଯାତ୍ରା କେବଳ ସମୟର ମାପକାଠି ନୁହେଁ, ବରଂ ଏହା ଦଶନ୍ଧି ଦଶନ୍ଧି ଧରି କଟକ ସହରରେ ଘଟିଥିବା ପରିବର୍ତ୍ତନ ଓ ବିକାଶର ପ୍ରତିଫଳନ। ସେ କହିଥିଲେ, “ଗତ ଚାରି ଦଶନ୍ଧି ମଧ୍ୟରେ କଟକ ସହରରେ ବ୍ୟାପକ ବିକାଶ ଓ ପରିବର୍ତ୍ତନ ଘଟିଛି। ସହରର ବିକାଶ ଜାରି ରହିଥିବା ବେଳେ ଲୋକଙ୍କ ଆଶା ଓ ଆକାଂକ୍ଷା ମଧ୍ୟ ବଢ଼ିଚାଲିଛି। ଏହି ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି କେଡିଏ ପକ୍ଷରୁ ସୁଚିନ୍ତିତ, ସ୍ଥାୟୀ ଓ ଲୋକାଭିମୁଖୀ ସହରୀ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।” ସେ ଆହୁରି ସୂଚନା ଦେଇଥିଲେ ଯେ, ଖୁବଶୀଘ୍ର କେଡିଏ ପକ୍ଷରୁ ମହାନଦୀ ରିଭରଫ୍ରଣ୍ଟ ବିକାଶ, ଅଟଳ ପାର୍କ, ବାଇମୁଣ୍ଡି ପାର୍କ ଓ କନଭେନସନ୍ ସେଣ୍ଟର ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାତକୁ ନିଆଯିବ। ସିଲଭର ସିଟି କଟକର ସ୍ଥାୟୀ ବିକାଶ ପ୍ରତି କେଡିଏର ପ୍ରତିବଦ୍ଧତାକୁ ଦୋହରାଇ ସୁଶ୍ରୀ ସହୋତା କହିଥିଲେ ...