ସେବା ସଂକଳ୍ପ ଅଭିଯାନ' ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମାସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ।
Published by:Greatfuture Info ଭୁବନେଶ୍ୱର, ୧୭ ସେପ୍ଟେମ୍ବର: ଆରମ୍ଭ ହୋଇଛି 'ସେବା ସଂକଳ୍ପ ଅଭିଯାନ'। ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମାସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯାନ ଚାଳନା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନରେ(ଆଇଡିଟିଆର), ପାଲୁର, ଗଞ୍ଜାମ ପରିସରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳିତ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଇଡିଟିଆରର ସମସ୍ତ କର୍ମଚାରୀ ଏବଂ ଗାଡ଼ି ଚାଳନା ପ୍ରଶିକ୍ଷଣ ନେଉଥିବା ଅନ୍ତେବାସୀମାନେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ସାମିଲ୍ ହୋଇଥିଲେ ଏବଂ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସେହିଭଳି, ଏହି ଅଭିଯାନ ଅନ୍ତର୍ଗତରେ ପରିବେଶ ସୁରକ୍ଷା ଓ ସେବା ମନୋଭାବର ବାର୍ତ୍ତା ଦେଇ ଭୁବନେଶ୍ୱର-୨ ଆରଟିଓ ପରିସରରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ ବୃକ୍ଷରୋପଣ କରିବା ସହ ସମାଜରେ ସେବା ମନୋଭାବ ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ। କଟକ ସ୍ଥିତ ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା କେନ୍ଦ୍ର ପରିସରରେ ପରିବହନ ଆୟୁକ୍ତ ଅମିତାଭ ଠାକୁର ବୃକ୍ଷରୋପଣ କରିବା ସହ ସମସ୍ତଙ୍କୁ ସଡ଼କ ସୁରକ୍ଷା ଶପଥପାଠ କରାଇଥିଲେ। ଏହି ପରିପ୍ରେକ୍ଷୀରେ, ମାନ୍ୟବର ବାଣିଜ୍ୟ ଓ ...