ସମସ୍ୟା କୁ ବୁଝି ସଠିକ ପଦକ୍ଷେପ ହିଁ "ଇଣ୍ଟରନେଟ ମାଧ୍ୟମରେ ରୋଜଗାର "
ଇଣ୍ଟରନେଟ ମାଧ୍ୟମରେ ଅର୍ଥ ଉପାର୍ଜନ ସହଜ ହୋଇଛି। ଭାରତ ରେ ବେରୋଜଗାର ବଢିବାରେ ଲାଗିଛି। ରିପୋର୍ଟ ରୁ ଜଣାଯାଏ ଭାରତ ରେ 30% ରୁ 60% ଲୋକ ବେରୋଜଗାରୀ ଅଛନ୍ତି। ପ୍ରତିବର୍ଷ ଅଧିକ ରୁ ଅଧିକ ଯୁବକ/ଯୁବତୀ ଡିଗ୍ରୀ ହାସଲ କଲାପରେ ବେରୋଜଗାର ଦୃଷ୍ଟିରୁ ସେମାନେ ଛୋଟ ମୋଟ କାମ କାମ କରିବାକୁ ଫସନ୍ଦ କରୁନାହାନ୍ତି। ଏହାର କାରଣ ସେମାଙ୍କର ପଢା ଅନୁସାରେ ସେମାନଙ୍କୁ ଚାକିରୀ ମିଳିପାରୁନାହିଁ। ଏହିସବୁ କାରଣରୁ ବେରୋଜଗାର ସଂଖ୍ୟା ବଢିବାରେ ଲାଗିଛି। ଇଣ୍ଟରନେଟ ଆସିବା ଦିନଠାରୁ ବହୁତସାରା ରୋଜଗାର ବାଟ ସହଜ ହୋଇପାରିଛି। ସେଥିମଧ୍ୟରେ ବ୍ଲଗିଙ୍ଗ, ୟୁଟୁବ, ଅନଲାଇନ ମାର୍କେଟିଙ୍ଗ, ୱେବ ଡିଜାଇନ ଇତ୍ୟାଦି ଇତ୍ୟାଦି। ଏହି ସବୁ କାମ ଘରେ ବସି ଇଣ୍ଟରନେଟ ମାଧ୍ୟମରେ କରିପାରିବେ, କିନ୍ତୁ ଏହା ସମସ୍ତଙ୍କ ପାଇଁ ଏତେ ସହଜ ହୋଇନଥାଏ। କୌଣସି ବ୍ୟକ୍ତି ପାଖରେ କିଛି ନା କିଛି କଳା ଓ ଦକ୍ଷତା ରହିଛି ସେ ତାକୁ ଅନ୍ୟମାନକୁ ଜଣାଇବାକୁ ଚାହୁଁଛି ଏବଂ ସେ ଚାହିଁଲେ ଇଣ୍ଟରନେଟ ମାଧ୍ୟମରେ ଯେଉଁସବୁ ପ୍ଲାଟଫ...