Posts

Showing posts with the label ଇଲେକ୍ଟ୍ରୋନିକ୍‌ ସଂରକ୍ଷଣ

ପେପରଲେସ୍‌ ଡିଡ୍‌ ରେଜିଷ୍ଟ୍ରେସନ୍‌ ପାଇଁ ସଂପୃକ୍ତ ଅଧିନିୟମରେ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା।

Image
Published by: Greatfuture Info ଭୁବନେଶ୍ୱର, ସେପ୍ଟେମ୍ବର ୩   ଜନସାଧାରଣଙ୍କୁ ଅଧିକ ସରଳ, ସ୍ୱଚ୍ଛ, ଦ୍ରୁତ ଓ ସୁବିଧାଜନକ ସେବା ପ୍ରଦାନ ଲକ୍ଷ୍ୟରେ ରାଜ୍ୟ ସରକାର ପଞ୍ଜୀକରଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ୍ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି। ପେପରଲେସ୍‌ ଡିଡ୍‌ ରେଜିଷ୍ଟ୍ରେସନ୍ ବା ଦଲିଲ୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ ପାଇଁ Registration Act, 1908ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଳ  ରାଜସ୍ୱ ମନ୍ତ୍ରୀ କହିଛନ୍ତି, ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ, ସରଳ, ଦ୍ରୁତ ଓ ନାଗରିକକେନ୍ଦ୍ରିକ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। Paperless Deed Registration ବ୍ୟବସ୍ଥା ମାଧ୍ୟମରେ ନାଗରିକମାନେ ଅଧିକ ସୁବିଧାରେ ପଞ୍ଜୀକରଣ ସେବା ପାଇପାରିବେ। ଭୂ-ରେକର୍ଡ ଓ ପଞ୍ଜୀକରଣ ରେକର୍ଡର ଡିଜିଟାଲ୍‌ ସମନ୍ୱୟ ଦ୍ୱାରା ସେବା ପ୍ରଦାନରେ ଦକ୍ଷତା ଓ ସ୍ୱଚ୍ଛତା ଆହୁରି ବୃଦ୍ଧି ପାଇବ। ସୂଚନାଯୋଗ୍ୟ ଯେ, ପ୍ରସ୍ତାବିତ ସଂଶୋଧନ ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟାକୁ End-to-End Digital Registration ବ୍ୟବସ୍ଥାରେ ପରିଣତ କରାଯିବ। ଏଥିପାଇଁ ଆଇନରେ ବର୍ତ୍ତମାନ ବିଦ୍ୟମାନ ୮ଟି ଧାରାରେ ସଂଶୋଧନ ସହିତ ୯ଟି ନୂତନ ଧାରା...