ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ଜୋରଦାର କଲା ପଞ୍ଚାୟତିରାଜ ବିଭାଗ।
Published by: Greatfuture Info ଭୁବନେଶ୍ୱର, ସେପ୍ଟେମ୍ବର ୧୧: ‘ସେବା ସଂକଳ୍ପ’ ଅଭିଯାନର ପ୍ରସ୍ତୁତି ନେଇ ଆଜି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସରକାରୀ ଯୋଜନା ଓ ସେବାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ‘ସେବା ସେତୁ’, ‘ଏକ ପେଡ୍ ମା’ କେ ନାମ’ ଅଧୀନରେ ମେଗା ବୃକ୍ଷରୋପଣ ଏବଂ ‘ସ୍ୱଚ୍ଛତା ହି ସେବା ୨୦୨୬’ ପାଇଁ ପ୍ରସ୍ତୁତି ସମୀକ୍ଷା କରାଯିବା ସହ ତୃଣମୂଳସ୍ତରରେ ବିଭାଗୀୟ ସମନ୍ୱୟ ଓ ଜନଭାଗିଦାରୀ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଭିଯାନ ଅଧୀନରେ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକୁ ବ୍ଲକ୍ ଓ ଗ୍ରାମ ପଞ୍ଚାୟତସ୍ତରରେ ସୁଚାରୁ ଭାବେ ରୂପାୟଣ ପାଇଁ ସମନ୍ୱିତ ଯୋଜନା, କ୍ଷେତ୍ରସ୍ତରୀୟ ପ୍ରସ୍ତୁତି ଓ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ବୈଠକରେ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ନାଏକ ଅଧିକାରୀମାନଙ୍କୁ ପ୍ରସ୍ତାବିତ ‘ସେବା ସେତୁ’ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ସେବା ସହ ଯୋଡ଼ିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ବ୍ଲକ୍ୱାରୀ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ଓ ହିତାଧିକାରୀ ଡାଟା-ବ୍ୟାଙ୍କ ପ୍ରସ୍ତୁତ କରିବାକୁ ସେ କହିଥିଲେ। ଏହା ...