ଆଶ୍ୱାସନା ଦେଲା ଆମେରିକା, ପ୍ରଯୁକ୍ତି କ୍ଷେତ୍ରରେ ଅଧିକାର ମିଳିଲେ ହଠାତ୍ ପ୍ରତ୍ୟାହାର କରାଯିବ ନାହିଁ।
( AI generated photo) ଆଶ୍ୱାସନା କୁ ଗୁରୁତ୍ୱପୂର୍ଣ ବୋଲି ମନେକରୁଛି ଭାରତ। AI ପ୍ରଯୁକ୍ତି ର ନିରନ୍ତର ଉପଲବ୍ଧତା ନେଇ ଭାରତର ଚିନ୍ତା ପ୍ରକଟ। ଭାରତ-ଆମେରିକା ପ୍ରଯୁକ୍ତି ସହଯୋଗରେ ଏକ ସକାରାତ୍ମକ ସନ୍ଦେଶ ସାମ୍ନାକୁ ଆସିଛି। ଆମେରିକା ସ୍ପଷ୍ଟ କରିଛି ଯେ, ଭାରତକୁ ଥରେ ଯେଉଁ ଉନ୍ନତ ପ୍ରଯୁକ୍ତିର ପ୍ରବେଶାଧିକାର ଦିଆଯିବ, ତାହାକୁ ପରବର୍ତ୍ତୀ ସମୟରେ ହଠାତ୍ ପ୍ରତ୍ୟାହାର କରାଯିବ ନାହିଁ। ଏହି ସୂଚନା ଦେଇଛନ୍ତି ଭାରତର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (MeitY) ସଚିବ ଏସ୍. କୃଷ୍ଣନ। ଆମେରିକାରେ ଆୟୋଜିତ Pax Silica Summit ଅବସରରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତା (AI), ସେମିକଣ୍ଡକ୍ଟର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତିକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମୟରେ ଭାରତ ଉନ୍ନତ AI ପ୍ରଯୁକ୍ତିର ନିରନ୍ତର ଉପଲବ୍ଧତା ନେଇ ଚିନ୍ତା ପ୍ରକାଶ କରିଥିଲା। ଏସ୍....