Posts

Showing posts with the label ଭୁବନେଶ୍ୱର

ଶାରଦୀୟ ଦୁର୍ଗାପୂଜା ପାଇଁ ସାରା ଓଡିଶା ଉତ୍ସବମୁଖର,କଟକ ଏବଂ ଭୁବନେଶ୍ୱରରେ ମହା ଆଡ଼ମ୍ୱରରେ ପାଳିତ ହେଉଛି ପୂଜା।

Published by:Greatfuture Info  Bhubaneswar, October 20,    ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ସାରା ଓଡ଼ିଶା । ଧୂପ, ଦୀପ ଓ ମନ୍ତ୍ରଧ୍ୱନି ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସହରଠାରୁ ପୁରପଲ୍ଲୀ । ମା’ଙ୍କ ଆଗମନରେ ଭକ୍ତିମୟ ହୋଇଉଠିଛି ପରିବେଶ । ଆକର୍ଷଣୀୟ ତୋରଣ, ଭବ୍ୟ ପୂଜାମଣ୍ଡପ ଓ ମା’ଙ୍କ ଦିବ୍ୟ ରୂପ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । କଟକ ଓ ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ପ୍ରତିମା- ଦିବ୍ୟ ଅନୁଭୂତି ଦେଉଛି । ମା’ଙ୍କ ମୁଖମଣ୍ଡଳରେ ଦିବ୍ୟ ତେଜ, ଆଖିରେ କରୁଣା ଓ ଦଶଭୁଜାରେ ଶୋଭା ପାଉଛି ବିଭିନ୍ନ ଅସ୍ତ୍ରଶସ୍ତ୍ର । ସିଂହବାହିନୀ ମା’ ମହିଷାସୁରମର୍ଦ୍ଦିନୀଙ୍କ ଦିବ୍ୟ ସ୍ୱରୂପ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତି ଓ ଆସ୍ଥା ଭରିଦେଉଛି । ଲାଲ୍ ପାଟବସ୍ତ୍ର, ସୁନାର ଅଳଙ୍କାର ଓ ମୁକୁଟରେ ସଜ୍ଜିତ ମା’ଙ୍କ ମନୋହର ରୂପ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ସମାଗମ ହେଉଛି । ଏହି ଦିବ୍ୟ ରୂପ ଅନ୍ୟାୟ ଉପରେ ନ୍ୟାୟ, ଅସତ୍ୟ ଉପରେ ସତ୍ୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ । ଚଳିତ ବର୍ଷ ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ଦେଖିବାକୁ ମିଳୁଛି ଭିନ୍ନ ଭିନ୍ନ ଥିମ୍‌ର ଝଲକ । କେଉଁଠି ଚାରିଧାମର ଆଧ୍ୟାତ୍ମିକ ପରିବେଶ, ତ ଆଉ କେଉଁଠି ବିଶ୍ୱପ୍ରସିଦ୍ଧ ସ୍ଥାପତ୍ୟର ଅବିକଳ ରୂପ । ଡମଣା,  ଝାରପଡା , ସହିଦନଗର, ବରମୁଣ୍ଡା ...

Growing EV Markket Bhubaneswar survey report: ଦ୍ରୁତ ଓ ଅଭବୃଦ୍ଧିଶୀଳ EV ବଜାର ଭୁବନେଶ୍ୱର :-ସର୍ଭେ ରିପୋର୍ଟ

Image
                                            Growing EV Markket Bhubaneswar survey report: ଇଲେକ୍ଟ୍ରିକ୍ ଯାନ (EV) ବ୍ୟବହାର ଓ ବଜାର ବିସ୍ତାର କ୍ଷେତ୍ରରେ ଭୁବନେଶ୍ୱର ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ସମ୍ପ୍ରତି ପ୍ରକାଶିତ ଏକ ସର୍ଭେ ଅନୁଯାୟୀ, ଭୁବନେଶ୍ୱର ବର୍ତ୍ତମାନ ଦେଶର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଇଲେକ୍ଟ୍ରିକ୍ ଭେହିକଲ୍ (EV) ବଜାର ଭାବେ ଉଭା ହୋଇଛି। ବଢ଼ୁଥିବା ପରିବେଶ ସଚେତନତା, ସରକାରଙ୍କ ପ୍ରୋତ୍ସାହନମୂଳକ ନୀତି, ଚାର୍ଜିଂ ଢାଞ୍ଚାର ବିକାଶ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ EV ପ୍ରତି ବଢ଼ୁଥିବା ଆସ୍ଥା ଏହି ସଫଳତାର ପ୍ରମୁଖ କାରଣ ବୋଲି  ରିପୋର୍ଟ ରେ ପ୍ରକାଶ ପାଇଛି  ।                                                                             ଇଲେକ୍ଟ୍ରିକ୍ ଯାନ (EV) ବ୍ୟବହାର ଓ ବଜାର ବିସ...

ଚା' ପ୍ରେମରେ ବେଙ୍ଗାଲୁରୁ ନମ୍ବର-୧, ଅଭିବୃଦ୍ଧିରେ ଆଗରେ ଭୁବନେଶ୍ୱର.।

Image
                              ଭାରତରେ ଚା' କେବଳ ଏକ ପାନୀୟ ନୁହେଁ, ବରଂ ଦୈନନ୍ଦିନ ଜୀବନର ଏକ ଅବିଚ୍ଛିନ୍ନ ଅଂଶ। ସକାଳର ଆରମ୍ଭରୁ ସନ୍ଧ୍ୟାର ଆଡ୍ଡା ପର୍ଯ୍ୟନ୍ତ ଚା'ର ଚାହିଦା ସବୁବେଳେ ରହିଛି। କିନ୍ତୁ ବର୍ତ୍ତମାନ ଦେଶର ଚା' ପିଇବା ଅଭ୍ୟାସରେ ଏକ ନୂଆ ପରିବର୍ତ୍ତନ ଦେଖାଦେଇଛି। ନିକଟରେ ପ୍ରକାଶିତ ଏକ ବିଶ୍ଳେଷଣ ଅନୁଯାୟୀ, ବେଙ୍ଗାଲୁରୁ ଦେଶର ସବୁଠାରୁ ଅଧିକ ଚା' ପ୍ରେମୀ ସହର ଭାବେ ଉଭା ହୋଇଥିବା ବେଳେ ଭୁବନେଶ୍ୱର, କୋଚି ଓ ତିରୁବନନ୍ତପୁରମ ଭଳି ସହରରେ ଚା' ଅର୍ଡରର ଅଭିବୃଦ୍ଧି ସବୁଠାରୁ ଦ୍ରୁତ ଗତିରେ ବଢ଼ୁଛି ବୋଲି ରିପୋର୍ଟ ପ୍ରକାଶିତ ହୋଇଛି | ପ୍ରକାଶିତ ରିପୋର୍ଟ ଅନୁସାରେ  ବେଙ୍ଗଲୁରୁ ଚା' ପ୍ରତି ଆଗ୍ରହରେ ଦେଶର ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ ମୁମ୍ବାଇ ଓ ହାଇଦ୍ରାବାଦ ରହିଛନ୍ତି। ଦୀର୍ଘଦିନ ଧରି ବେଙ୍ଗାଲୁରୁକୁ କଫି ସଂସ୍କୃତିର ସହର ବୋଲି କୁହାଯାଉଥିଲେ ମଧ୍ୟ, ବର୍ତ୍ତମାନ ସେଠାରେ ଚା'ର ଲୋକପ୍ରିୟତା ଦ୍ରୁତ ଭାବେ ବଢ଼ିଛି। ବିଶେଷକରି ଆଇଟି କ୍ଷେତ୍ରର କର୍ମଚାରୀ, ଛାତ୍ରଛାତ୍ରୀ ଓ ଯୁବପିଢ଼ି ମଧ୍ୟରେ ଚା'ର ଚାହିଦା ବହୁଗୁଣ ବୃଦ୍ଧି ପାଇଛି। ଏହି ରିପୋର୍ଟର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଭୁବନେଶ୍ୱରର ପ୍ରଦର୍ଶନ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦେଶର ...

ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ହେବ ଆଧୁନିକ ସଡ଼କ, କ୍ୟାବିନେଟ୍‌ର ଅନୁମୋଦନ।

Image
                              ଭୁବନେଶ୍ୱରରେ ବଢ଼ୁଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ଓ ଯାତାୟାତକୁ ଅଧିକ ସୁଗମ କରିବା ଉଦ୍ଦେଶ୍ୟରେ ଓଡ଼ିଶା ମନ୍ତ୍ରିମଣ୍ଡଳ ଜୟଦେବ ବିହାର–ନନ୍ଦନକାନନ ସଡ଼କ କରିଡରର ଉନ୍ନତି ପାଇଁ ୫୭୯ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପ ଅଧୀନରେ କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍‌ ନଂ–୪ ଠାରୁ ରଘୁନାଥପୁର ବ୍ରିଜ୍‌ ପର୍ଯ୍ୟନ୍ତ ପ୍ରାୟ ୯.୫ କିଲୋମିଟର ସଡ଼କର ବ୍ୟାପକ ଉନ୍ନତି କରାଯିବ ବୋଲି ରିପୋର୍ଟ ପ୍ରକାଶିତ ହୋଇଛି | ପ୍ରକାଶିତ ରିପୋର୍ଟ ଅନୁସାରେ :-  ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଦମଣା ଛକ ଓ କିଟ୍‌ ଛକରେ ଫ୍ଲାଏଓଭର, ଜୟଦେବ ବିହାରରେ କେବଲ୍‌-ଷ୍ଟେ ବ୍ରିଜ୍‌, ସର୍ଭିସ୍‌ ରୋଡ୍‌, ପଦଯାତ୍ରୀ ସବୱେ, ଡ୍ରେନେଜ୍‌, ଆଲୋକୀକରଣ ଓ ସୌନ୍ଦର୍ଯ୍ୟକରଣ ଭଳି ବ୍ୟବସ୍ଥା କରାଯିବ। ଏହି କରିଡର ନିର୍ମାଣ ହେଲେ ଭୁବନେଶ୍ୱର–କଟକ ସଂଯୋଗ ଅଧିକ ସୁଦୃଢ଼ ହେବା ସହ ଟ୍ରାଫିକ୍ ଜାମ୍‌ କମିବ ଏବଂ ଯାତ୍ରୀମାନେ ଦ୍ରୁତ ଓ ସୁରକ୍ଷିତ ଯାତାୟାତ ସୁବିଧା ପାଇପାରିବେ। ଏହି ପ୍ରକଳ୍ପକୁ ଟର୍ନକି ଭିତ୍ତିରେ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରଖାଯାଇଛି। ଏଥିସହ ପ୍ରକଳ୍ପରେ ୧୦ ବର୍ଷର ରକ୍ଷଣାବେକ୍ଷଣ ଓ ବୃକ୍ଷରୋପଣର ବ୍ୟବସ୍ଥା ମଧ୍ୟ ରହିଛି। Sou...