SIR ମାମଲାରେ ନିର୍ବାଚନ କମିଶନ ନାଗରିକତ୍ୱ ନିର୍ଣ୍ଣୟ କରିପାରିବ ନାହିଁ :-ସର୍ବୋଚ୍ଚ ନ୍ୟାୟାଳୟ।
ଭୋଟର ତାଲିକାରୁ କୌଣସି ବ୍ୟକ୍ତିଙ୍କ ନାମ ବାଦ ପଡ଼ିବା ମାତ୍ରରୁ ସେ ଭାରତୀୟ ନାଗରିକତ୍ୱ ହରାଇଛନ୍ତି ବୋଲି ଧରାଯିବ ନାହିଁ। ଏହି ବିଷୟରେ ସୁପ୍ରିମକୋର୍ଟ ପୁଣିଥରେ ସ୍ପଷ୍ଟ କରି କହିଛନ୍ତି ଯେ, ନିର୍ବାଚନ ଆୟୋଗର କାର୍ଯ୍ୟ କେବଳ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ ପର୍ଯ୍ୟନ୍ତ ସୀମିତ। କାହାର ନାଗରିକତ୍ୱ ବିଷୟରେ ଶେଷ ନିଷ୍ପତ୍ତି ନେବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ପାଖରେ ରହିଛିବୋଲି ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ପଶ୍ଚିମବଙ୍ଗର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ (SIR) ସମ୍ପର୍କିତ ଏକ ଆବେଦନର ଶୁଣାଣି ସମୟରେ ଏହି ମନ୍ତବ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସଙ୍କରନାରାୟଣନ କୋର୍ଟଙ୍କୁ ଜଣାଇଥିଲେ ଯେ, SIR ପ୍ରକ୍ରିୟାରେ ଭୋଟର ତାଲିକାରୁ ନାମ ବାଦ ପଡ଼ିଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୩୪ ଲକ୍ଷ ଅପିଲ୍ ଏପର୍ଯ୍ୟନ୍ତ ବିଚାରାଧୀନ ରହିଛି। ମାତ୍ର ୩୮ ହଜାର ଅପିଲ୍ର ନିଷ୍ପତ୍ତି ହୋଇଥିବା ବେଳେ, ସେଥିରୁ ପ୍ରାୟ ୭୦ ପ୍ରତିଶତ ମାମଲାରେ ଅପିଲ୍କାରୀମାନେ ସଫଳ ହୋଇଛନ୍ତି। ସେ ଆହୁରି ଅଭିଯୋଗ କରିଥିଲେ ଯେ, ଅନେକ ଅପିଲ୍ ବିଚାରାଧୀନ ଥିବା ସତ୍ତ୍ୱେ ଭୋଟର ତାଲିକାରୁ ବାଦ ପଡ଼ିଥିବା ବ୍ୟକ୍ତିମାନଙ୍କ...