Posts

Showing posts with the label ଦକ୍ଷତା ବିକାଶ

ଯୁବ ଜନସଂଖ୍ୟା ବିଶିଷ୍ଟ ଭାରତ ଦକ୍ଷତାର ବିକାଶ ଅଭିମୁଖେି ଅଗ୍ରସର।

Image
ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ଯୁବ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଏହି ବିଶାଳ ଯୁବଶକ୍ତିକୁ ଯଦି ଉପଯୁକ୍ତ ପ୍ରଶିକ୍ଷଣ, ଦକ୍ଷତା ଓ ସୁଯୋଗ ମିଳେ, ତେବେ ସେମାନେ ଦେଶର ଅର୍ଥନୀତିକୁ ନୂତନ ଭାବରେ ଆଗକୁ ନେଇପାରିବେ। ଏହି କାରଣରୁ ଦକ୍ଷତା ବିକାଶକୁ ଆଜିର ସମୟରେ ଜାତୀୟ ବିକାଶର ମୂଳ ଆଧାର ଭାବେ ଦେଖାଯାଉଛି।                                                                             ଭାରତକୁ ୨୦୪୭ ସୁଦ୍ଧା ଏକ 'ବିକଶିତ ରାଷ୍ଟ୍ର' ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଯୁବଶକ୍ତିଙ୍କ ଦକ୍ଷତା ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରକାଶିତ "କର୍ତ୍ତବ୍ୟ ପଥରୁ କୌଶଳପଥ" ରିପୋର୍ଟ ଭାରତର ଦକ୍ଷତା ବିକାଶ ଯାତ୍ରାକୁ ଏକ ନୂଆ ଦିଗ ଦେଖାଇଛି। ଏହା କେବଳ ଚାକିରି ମିଳିବାର ଉପାୟ ନୁହେଁ, ବରଂ ଯୁବପିଢ଼ିଙ୍କୁ ଆତ୍ମନିର୍ଭର, ନବସୃଜନଶୀଳ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗୀତା ପାଇଁ ସକ୍ଷମ କରିବାର ଏକ ମାଧ୍ୟମ ଅଟେ। ଭାରତୀୟ ଯୁବକମାନଙ୍କ ଦକ୍ଷତାକୁ ବିଶ୍ୱସ୍ତରରେ ସ...