Posts

Showing posts with the label ସର୍ଭେ

ବସୁନ୍ଧରା ଯୋଜନାରେ ବାସହୀନଙ୍କୁ ଜମି ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ଗୁରୁତ୍ୱ।

Image
Published by: Greatfuture Info ରାଜ୍ୟର ଘରବାରିହୀନ ପରିବାରଗୁଡ଼ିକୁ ସର୍ଭେ ମାଧ୍ୟମରେ ଚିହ୍ନଟ କରି ଯୋଗ୍ୟ ହିତାଧିକାରୀଙ୍କୁ ଘରବାରି ନିମନ୍ତେ ଜମି ଯୋଗାଇଦେବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ବସୁନ୍ଧରା ଯୋଜନାର କାର୍ଯ୍ୟାନ୍ୱୟନକୁ ଅଧିକ ଗତିଶୀଳ କରିବା ଉପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି l ୨୦୨୪ ମସିହାରେ କରାଯାଇଥିବା ପ୍ରାରମ୍ଭିକ ସର୍ଭେ ଅନୁଯାୟୀ ରାଜ୍ୟରେ ମୋଟ ୪୨,୯୧୫ ଘରବାରିହୀନ ବ୍ୟକ୍ତି ଗଣନା ହୋଇଥିବା ବେଳେ ତନ୍ମଧ୍ୟରୁ ତଦନ୍ତ ପରେ ୩୩,୦୮୨ ଜଣ ଯୋଗ୍ୟ ଘରବାରିହୀନ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ୩୦,୬୫୩ ଜଣଙ୍କ ସପକ୍ଷରେ ଜମି ଆବଣ୍ଟନ କରାଯାଇଛି। ସେହିପରି, ୨୦୨୫ ମସିହାର ପ୍ରାରମ୍ଭିକ ସର୍ଭେରେ ୫୮,୬୨୦  ଘରବାରିହୀନ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ତଦନ୍ତ ପରେ ୧୧,୮୨୭ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩,୫୯୮ ଜଣଙ୍କୁ ଜମି ପ୍ରଦାନ କରାଯାଇଛି ଏବଂ ବକେୟା ୮,୨୨୯ ଜଣଙ୍କୁ ଜମି ପ୍ରଦାନ ପାଇଁ ପ୍ରକ୍ରିୟା ଚାଲୁରହିଛି । ବିଗତ ଦୁଇ ବର୍ଷରେ ପ୍ରାରମ୍ଭିକ ସର୍ଭେ ଅନୁଯାୟୀ ରାଜ୍ୟରେ ମୋଟ ୧,୦୧,୫୩୫ ଘରବାରିହୀନ ବ୍ୟକ୍ତି ଗଣନା ହୋଇଥିବାବେଳେ ତଦନ୍ତ ପରେ ୪୪,୯୦୯ ଜଣ ଯୋଗ୍ୟ ବାସହୀନ ବ୍ୟକ୍ତି ଭାବେ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଅଦ୍ୟାବଧି ୩୪,୨୫୧ ଜଣଙ୍କ ସପକ୍ଷରେ ଜମି ଆବଣ୍ଟନ ହୋଇଥିବାବେ...

ଭୋଟର ତାଲିକା ରେ ତ୍ରୁଟି ସୁଧାରିବା ପାଇଁ ସେପ୍ଟେମ୍ବର 3 ରୁ ଭୁବନେଶ୍ୱର ରେ ପାଇଲଟ ସର୍ଭେ ଓ ଅକ୍ଟୋବର ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ।

Published by: Greatfuture Info ଭୁବନେଶ୍ୱର, ୩୧ ଅଗଷ୍ଟ:  ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ବୁଲ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଭୋଟର ତାଲିକାରେ ଥିବା ତ୍ରୁଟି ସୁଧାରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ସ୍ୱତନ୍ତ୍ର ସର୍ଭେ ଅଭିଯାନ ଆରମ୍ଭ କରାଯାଉଛି। ଏହି ଅଭିଯାନର ପାଇଲଟ୍ ପ୍ରକଳ୍ପ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସେପ୍ଟେମ୍ବର ୩ରୁ ୧୧ ତାରିଖ ପର୍ଯ୍ୟନ୍ତ କରାଯିବ। ପାଇଲଟ୍ ସର୍ଭେ ଅଧୀନରେ ଭୁବନେଶ୍ୱରର ତିନିଟି ବିଧାନସଭା କ୍ଷେତ୍ରର ତିନିଟି ୱାର୍ଡରେ ଘରକୁ ଘର ସର୍ଭେ କରାଯିବ। ଏଥିରେ ଭୁବନେଶ୍ୱର-ଉତ୍ତର ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୧୦, ଭୁବନେଶ୍ୱର-ମଧ୍ୟ ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୩୫ ଏବଂ ଭୁବନେଶ୍ୱର-ଏକାମ୍ର ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୫୨ ସାମିଲ ରହିଛି। ପାଇଲଟ୍ ସର୍ଭେର ଅଭିଜ୍ଞତା ଆଧାରରେ ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଘରକୁ ଘର ସର୍ଭେ କରାଯିବ। ଏହି ସର୍ଭେ ମାଧ୍ୟମରେ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚନ କ୍ଷେତ୍ରଗୁଡ଼ିକର ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ସୁବ୍ୟବସ୍ଥିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ, ବର୍ତ୍ତମାନ ଗୋଟିଏ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ବୁଥ୍‌ରେ ସାମିଲ ହୋଇଥିବା ଭଳି ସମସ୍ୟା ଦେଖାଦେଉଛି। ଏହା ସହିତ କେତେକ ସ୍ଥାନରେ ଘର ନମ୍ବର ...