ଅସହ୍ୟ ଗରମରୁ ଦିଲ୍ଲୀ ତାପମାତ୍ରା ସର୍ବାଧିକ। ସୋମବାର କୁ ବର୍ଷା ସମ୍ଭାବନା।
ଅସହ୍ୟ ଗରମ, ଉଚ୍ଚ ଆର୍ଦ୍ରତା ଯୋଗୁ ଫିଲ -ଲାଇକ ବୃଦ୍ଧି। ( AI generated photo) ତାପମାତ୍ରା 51.3° ରେ ପହଁଚିଲା, ଯାହା ଚଳିତବର୍ଷ ସର୍ବାଧିକ। ଫିଲ -ଲାଇକ ହେଉଛି ମଣିଷ ଶରୀର କେତେ ଗରମ ଅନୁଭବ କରୁଛି ତାହାର ମାପ। ଦେଶର ରାଜଧାନୀ ଦିଲ୍ଲୀରେ ତୀବ୍ର ଗରମ ସହ ଉଚ୍ଚ ଆର୍ଦ୍ରତା ଯୋଗୁଁ ଲୋକମାନେ ଅସହ୍ୟ ଉମସର ସମ୍ମୁଖୀନ ହେଉଛନ୍ତି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ଶନିବାର ଅପରାହ୍ନରେ ଦିଲ୍ଲୀର ‘ଫିଲ୍-ଲାଇକ୍’ (Heat Index) ତାପମାତ୍ରା ୫୧.୩ ଡିଗ୍ରୀ ସେଲସିଅସ୍ ରେ ପହଞ୍ଚିଥିଲା, ଯାହା ଚଳିତ ବର୍ଷର ସର୍ବାଧିକ। ବାସ୍ତବ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍ ପାଖାପାଖି ଥିଲେ ମଧ୍ୟ ବାୟୁରେ ଅଧିକ ଆର୍ଦ୍ରତା ରହିଥିବାରୁ ଶରୀର ଏହାକୁ ୫୧ ଡିଗ୍ରୀରୁ ଅଧିକ ଅନୁଭବ କରୁଛି। ଏହି କାରଣରୁ ବାହାରେ କାମ କରୁଥିବା ଲୋକ ପାଇଁ ପରିସ୍ଥିତି ଅଧିକ କଷ୍ଟଦାୟକ ହୋଇପଡ଼ିଛି। ପାଣିପାଗ ବିଭାଗ ଅନୁସାରେ, ସୋମବାରଠାରୁ ...