ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ଗୁରୁତ୍ୱପୂର୍ଣ ଅସ୍ଥାୟୀ ଆଦେଶ, ଅନୁମତି ବିନା କୋର୍ଟ ର ଅଡିଓ ଭିଡିଓ ଅପଲୋଡ଼ ସେୟାର କଲେ କାର୍ଯ୍ୟାନୁଷ୍ଠାନ।
କୋର୍ଟର ଶୁଣାଣି ସମୟର ଅଡିଓ ଓ ଭିଡିଓ ରେକର୍ଡିଂକୁ କାଟଛାଟ କରି ସୋସିଆଲ ମିଡିଆରେ ଭାଇରାଲ୍ କରିବା ଘଟଣାକୁ ଗୁରୁତର ଭାବେ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ଥାୟୀ ଆଦେଶ ଜାରି କରିଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସମ୍ପୃକ୍ତ ଅଦାଲତର ପୂର୍ବ ଅନୁମତି ବିନା କୌଣସି ବ୍ୟକ୍ତି କିମ୍ବା ସଂସ୍ଥା କୋର୍ଟ ଶୁଣାଣିର ଅଡିଓ କିମ୍ବା ଭିଡିଓ ରେକର୍ଡିଂକୁ ଅପଲୋଡ୍, ସେୟାର, ସମ୍ପାଦନ, ପୁନଃପ୍ରଚାର କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁସାରେ :- ମୁଖ୍ୟ ବିଚାରପତି ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ, ଉଚ୍ଚ ନ୍ୟାୟାଳୟର କ୍ଷେତ୍ରରେ ରେଜିଷ୍ଟ୍ରାର ଜେନେରାଲ୍ ଏବଂ ସର୍ବୋଚ୍ଚ ନ୍ୟାୟାଳୟ କ୍ଷେତ୍ରରେ ସେକ୍ରେଟାରି ଜେନେରାଲଙ୍କ ଲିଖିତ ଅନୁମତି ବିନା ଏପରି କାର୍ଯ୍ୟ କରାଯିବ ନାହିଁ। ତେବେ ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ନିର୍ଦ୍ଦେଶ ସାମ୍ବ...