ହ୍ଵାଟ୍ସଆପ ମାଧ୍ୟମରେ ସରକାରଙ୍କ ସହଜ ଆବେଦନ ସେବା
ହ୍ଵାଟ୍ସଆପ ମାଧ୍ୟମରେ ସରକାରଙ୍କ ସହଜ ଆବେଦନ ସେବା "ଆମ ସାଥି " ହେଉଛି ଓଡିଶା ସରକାରଙ୍କ ଦ୍ୱାରା ଆରମ୍ବ କରାଯାଇଥିବା ଏକ ପ୍ରମୁଖ ଡିଜିଟାଲ ପଦକ୍ଷେପ | ଏହା ଏକ ୟୁନିଫାଏଡ଼ ହ୍ଵାଟ୍ସଆପ ଚାଟବ୍ଟ୍ | ଯାହା ରାଜ୍ୟର ନାଗରିକ ମାନଙ୍କୁ ସିଧା ସଳଖ ହ୍ଵାଟ୍ସଆପ ମାଧ୍ୟମରେ ସରକାରୀ ସେବା ସହଜରେ ଉପଲବ୍ଧ କରାଇବ | ମୁଖ୍ୟ ଉଦ୍ଦେଶ୍ୟ ଲୋକମାନେ ସରକାରୀ କାର୍ଯ୍ୟାଳୟ ନଯାଇ ସିଧାସଳଖ ହ୍ଵାଟ୍ସଆପ ମାଧ୍ୟମରେ ସେବା ପାଇବାକୁ ସକ୍ଷମ ହେବେ| ଡିଜିଟାଲ ସୁବିଧା ସମସ୍ତ ନାଗରିକ ପାଇଁ ସରକାରୀ ସେବାକୁ ଅଧିକ ସୁଗମ ଏବଂ ସହଜ କରିବା | ଆବେଦନ ପ୍ରକ୍ରିୟାରେ ଲାଗୁଥିବା ସମୟ କୁ ହ୍ରାସ କରିବା ଓ ଶୀଘ୍ର ଫଳାଫଳ ପ୍ରଦାନ କରିବା | ଏହା କିପରି କାମ କରେ ? ଏହାକୁ ଓଡିଶା ସରକାର ଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ହ୍ଵାଟ୍ସଆପ ର ମୂଳ କମ୍ପାନୀ(Meta ) ସହଯୋଗରେ ବିକଶିତ କରାଯାଇଛି | ବ୍ୟବହାର ପାଇଁ ଗୋ...