Posts

Showing posts with the label ଭାରତ

AI ଠାରୁ ଶକ୍ତି ପର୍ଯ୍ୟନ୍ତ, ଭାରତ-ଜାପାନର କୌଶଳଗତ ସହଯୋଗ ହେଲା ଆହୁରି ମଜବୁତ।

Image
ଭାରତ ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନର ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୧୬ତମ ବାର୍ଷିକ ଶିଖର ସମ୍ମିଳନୀ ପରେ କୃତ୍ରିମ ବୁଦ୍ଧିମତ୍ତା (AI), ଜରୁରୀ ଧାତୁ, ଶକ୍ତି, ଆର୍ଥିକ ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି ରିପୋର୍ଟ ପ୍ରକାଶିତ ହୋଇଛି | ପ୍ରକାଶିତ ରିପୋର୍ଟ ଅନୁସାରେ :- ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜାପାନର ଉନ୍ନତ ପ୍ରଯୁକ୍ତି ଓ ଭାରତର ସଫ୍ଟୱେର କ୍ଷମତାର ମିଳନ ବିଶ୍ୱ AI ବିକାଶକୁ ନୂଆ ଦିଗ ଦେବ। ଉଭୟ ଦେଶ ଆର୍ଥିକ ସୁରକ୍ଷା ପାଇଁ ଏକ ଯୁଗ୍ମ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି, ଯାହା ଜରୁରୀ ଖଣିଜ, ସପ୍ଲାଇ ଚେନ୍ ଓ ଶକ୍ତି ସୁରକ୍ଷାକୁ ମଜବୁତ କରିବ।  ଏହି ବୈଠକର ସବୁଠାରୁ ବଡ଼ ଆକର୍ଷଣ ଥିଲା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ସହଯୋଗ। ଉଭୟ ଦେଶ AI ଗବେଷଣା, ନବସୃଜନ, ଡିଜିଟାଲ୍ ପ୍ରଯୁକ୍ତି, ଦକ୍ଷ ମାନବ ସମ୍ପଦ ବିକାଶ ଓ ଦାୟିତ୍ୱଶୀଳ AI ବ୍ୟବହାରକୁ ନେଇ ମିଳିତ ଭାବେ କାମ କରିବେ। ଏହା ଦ୍ୱାରା ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଡିଜିଟାଲ୍ ସେବାରେ ନୂଆ ସୁଯୋଗ ସୃଷ୍ଟି ହେବ।  ଜରୁରୀ ଧାତୁ ଓ ଖଣିଜ ସମ୍ପଦ କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ସହ...

ଇନ୍ଧନ ଅଭାବରେ ରୁଷ, ଭାରତରୁ ଗ୍ୟାସୋଲିନ୍ ଆମଦାନୀ ଆରମ୍ଭ।

Image
                                       ରୁଷର ରିଫାଇନେରୀ କ୍ଷତିଗ୍ରସ୍ତ, ଭାରତୀୟ ପେଟ୍ରୋଲ ଉପରେ ବଢ଼ିଲା ନିର୍ଭରତା ୟୁକ୍ରେନର ଲଗାତାର ଡ୍ରୋନ୍ ଆକ୍ରମଣ ଯୋଗୁଁ ରୁଷର ଅନେକ ତୈଳ ବିଶୋଧନାଗାର (ରିଫାଇନେରୀ) କ୍ଷତିଗ୍ରସ୍ତ ହୋଇଛି। ଫଳରେ ଦେଶରେ ପେଟ୍ରୋଲ ଉତ୍ପାଦନ କମିଯାଇ ଇନ୍ଧନ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିସ୍ଥିତିର ମୁକାବିଲା ପାଇଁ ରୁଷ ପ୍ରଥମ ଥର ପାଇଁ ସମୁଦ୍ର ପଥରେ ଭାରତରୁ ପେଟ୍ରୋଲ (ଗ୍ୟାସୋଲିନ୍) ଆମଦାନୀ ଆରମ୍ଭ କରିଛି।  ସୂତ୍ର ଅନୁଯାୟୀ, ଭାରତରୁ ପ୍ରାୟ ୬୦ ହଜାର ମେଟ୍ରିକ୍ ଟନ୍ ପେଟ୍ରୋଲ ବୋଝେଇ ଦୁଇଟି ଟ୍ୟାଙ୍କର ରୁଷ ଅଭିମୁଖେ ଯାଉଛି। ଆଗାମୀ ଦିନରେ ପ୍ରତିମାସ ପ୍ରାୟ ୪ ଲକ୍ଷ ମେଟ୍ରିକ୍ ଟନ୍ ପେଟ୍ରୋଲ ବିଭିନ୍ନ ଦେଶରୁ ଆମଦାନୀ କରିବାକୁ ରୁଷ ଯୋଜନା କରିଛି।  ଡ୍ରୋନ୍ ଆକ୍ରମଣ ପରେ ରୁଷର ଅନେକ ଅଞ୍ଚଳରେ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଦେଖାଯାଇଛି। କେତେକ ସ୍ଥାନରେ ଇନ୍ଧନ ରେସନିଂ ଆରମ୍ଭ ହୋଇଥିବା ବେଳେ ପେଟ୍ରୋଲ ଦର ମଧ୍ୟ ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି। ରୁଷର ରାଷ୍ଟ୍ରପତି ଏହି ଇନ୍ଧନ ସଙ୍କଟକୁ ସ୍ୱୀକାର କରି ସରକାର ପରିସ୍ଥିତି ସୁଧାରିବାକୁ ପଦକ୍ଷେପ ନେଉଥିବା କହିଛନ୍ତି।  ଭାରତ ବିଶ୍ୱର ପ୍ରମୁଖ ପେଟ୍ରୋଲିୟମ ଉତ୍...

ଡିଜିଟାଲ ସେବା କର କୁ ନେଇ ଆମେରିକାର ଟାରିଫ ଧମକ। ଭାରତ ଉପରେ ପ୍ରଭାବ ନାହିଁ।

Image
ଆମେରିକାର ନୂଆ ଧମକ: ଡିଜିଟାଲ୍ ସେବା କର ଲାଗୁ କରୁଥିବା ଦେଶ ଉପରେ 100% ଶୁଳ୍କ,  ପ୍ରଭାବିତ ହେବ କି ଭାରତ ? ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଯେଉଁ ଦେଶଗୁଡ଼ିକ ଆମେରିକୀୟ ପ୍ରଯୁକ୍ତି କମ୍ପାନୀମାନଙ୍କ ଉପରେ Digital Services Tax (DST) ବା ଡିଜିଟାଲ୍ ସେବା କର ଲାଗୁ କରିବେ, ସେହି ଦେଶରୁ ଆସୁଥିବା ସମସ୍ତ ପଣ୍ୟ ଉପରେ ଆମେରିକା 100% ଆମଦାନି ଶୁଳ୍କ ଲାଗୁ କରିପାରେ ରିପୋର୍ଟ ପ୍ରକାଶ ପାଇଛି।                                                                                (AI generated photo) ପ୍ରକାଶିତ ରିପୋର୍ଟ ଅନୁସାରେ  ଡିଜିଟାଲ୍ ସେବା କର କ'ଣ? ଡିଜିଟାଲ୍ ସେବା କର ହେଉଛି ଏକ ପ୍ରକାର କର, ଯାହା ବଡ଼ ବହୁରାଷ୍ଟ୍ରୀୟ ଡିଜିଟାଲ୍ କମ୍ପାନୀମାନଙ୍କର ସ୍ଥାନୀୟ ଆୟ ଉପରେ ଲାଗୁ କରାଯାଏ। ବ୍ରିଟେନ୍, ଫ୍ରାନ୍ସ ସମେତ କିଛି ୟୁରୋପୀୟ ଦେଶ ଏପରି କର ଲାଗୁ କରିଛନ୍ତି କିମ୍ବା ଲାଗୁ କରିବା ପାଇଁ ବିଚାର କରୁଛନ୍ତି।  ଭାରତ ପ୍ରଭାବିତ ହେବ କି?...