ଆଧୁନିକ କୃଷିକୁ ପ୍ରୋତ୍ସାହନ, ଓଡ଼ିଶାରେ ୪ ରାଜ୍ୟ ନିଗମ ସହ ଚୁକ୍ତିନାମା।
( AI generated photo) ଓଡ଼ିଶାର କୃଷି କ୍ଷେତ୍ରକୁ ଆଧୁନିକ, ଲାଭଜନକ ଓ ଆତ୍ମନିର୍ଭର କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ଚାରିଟି ପ୍ରମୁଖ ରାଜ୍ୟ ସରକାରୀ ନିଗମ ସହ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛି। ଏହି ଚୁକ୍ତିନାମା ମାଧ୍ୟମରେ ବିହନ ଉତ୍ପାଦନ, କୃଷି ଯନ୍ତ୍ରୀକରଣ, ଜଳସେଚନ ସୁବିଧା ବିସ୍ତାର, ବଗିଚା ଚାଷର ପ୍ରୋତ୍ସାହନ ଏବଂ କୃଷି ଉଦ୍ୟୋଗ ସୃଷ୍ଟିକୁ ଗତି ଦେବା ଲକ୍ଷ୍ୟ ରଖାଯାଇଛି ବୋଲି ରିପୋର୍ଟ ରେ ପ୍ରକାଶିତ ହୋଇଛି | ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଚୁକ୍ତିନାମାଗୁଡ଼ିକ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ (OAIC), ଆପିକଲ୍ (APICOL), ଓଡ଼ିଶା ରାଜ୍ୟ ବିହନ ନିଗମ (OSSC) ଏବଂ ଓଡ଼ିଶା ରାଜ୍ୟ କାଜୁ ବିକାଶ ନିଗମ (OSCDC) ସହ ସ୍ୱାକ୍ଷର କରାଯାଇଛି। ପ୍ରତ୍ୟେକ ନିଗମ ପାଇଁ ନିର୍ଦ୍ଦିଷ୍ଟ ବାର...