Posts

Showing posts with the label ରାସ୍ତା ପ୍ରକଳ୍ପ

ବିଭିନ୍ନ ରାସ୍ତା ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ, ଅପେକ୍ଷାରେ ରହିଛି ଅନେକ ପ୍ରକଳ୍ପ ର ଅନୁମୋଦନ।

Image
Published by: Greatfuture Info ଭୁବନେଶ୍ୱର ୦୫.୦୯.୨୦୨୬ ରାସ୍ତା, ସେତୁ ଓ କୋଠାବାଡ଼ି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅନୁମୋଦନ ପାଇଛି । ଆଗାମୀ ଦିନରେ ଆହୁରି ଅଧିକ ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ରହିଛି । ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଅର୍ଥନୈତିକ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାସ୍ତା ପ୍ରକଳ୍ପର ଅଗ୍ରଗତି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ରଘୁନାଥପୁର-ତ୍ରିଶୁଳିଆ ଏଲିଭେଟେଡ୍‌ କରିଡର ରାସ୍ତା ନିର୍ମାଣ ସହ ଷ୍ଟୁଡିଓ ଛକ-ନୂଆଗାଁକୁ ମଧ୍ୟ ଏଲିଭେଟେଡ୍‌ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା । ଏଥି ସହିତ ପିପିଲି-କୋଣାର୍କ ରାସ୍ତା ନିର୍ମାଣ, ଦୟା ୱେଷ୍ଟର ପ୍ରଥମ ଏବଂ ତୃତୀୟ ଫେଜ୍‌ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା । ବୈଠକରେ ଭୁବନେଶ୍ୱର ଇନର୍‌ ରିଂ ରୋଡ୍‌ ସହ ଆଉଟର ରିଂ ରୋଡ୍‌ର ନୂଆ ଆଲାଇନ୍‌ମେଣ୍ଟ, କଳ୍ପନା ଛକ ଫ୍ଲାଏଓଭର ନିର୍ମାଣ ଏବଂ ପୁରୀକୁ ଯାତାୟତ ସୁବିଧା ନେଇ ନୂଆ ଏଲିଭେଟେଡ୍‌ ରାସ୍ତା ନିର୍ମାଣ ପ୍ରକ୍ରିୟାର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା । ବୈଠକରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଏହିସବୁ ରାସ୍ତା ପ୍ରକଳ...