ସମୟର ପରିବର୍ତ୍ତନକୁ ବୁଝିବା ଭବିଷ୍ୟତ ପାଇଁ ଭଲ ନିଷ୍ପତ୍ତି |
ଦିନ ଥିଲା ଯେତେବେଳେ ସରକାରୀ ଚାକିରୀ ପ୍ରତି ଲୋକଙ୍କର ଆଗ୍ରହ ନଥିଲା, ଆମ ଜେଜେ ପିଢ଼ିର ଲୋକ ଙ୍କ ମା ବାପା ପିଲାଙ୍କୁ ବାହାରକୁ ଛାଡିବାକୁ ମନାକରୁଥିଲେ, ଏବଂ କହୁଥିଲେ ଯେତିକି ଜିମି ଅଛି ଚାଷ କଲେ ଆଉ କିଏ ଖାଇବ। କିନ୍ତୁ ସମୟ ବଦଳି ଯାଇଛି। ସରକାରୀ ଚାକିରୀ ର ମୂଲ୍ୟ ବର୍ଣ୍ଣନା କରିବା ଅସମ୍ଭବ, ଆହୁରି ଗୋଟିଏ କଥା, ପୁରୁଣା ଲୋକମାନେ ରାସ୍ତାକଡର ଜମି ନକିଣି ବିଲ ଜମିକୁ ପସନ୍ଦ କରୁଥିଲେ, କିନ୍ତୁ ଆଜିର ଦିନରେ ରାସ୍ତାକଡର ଜମି ମୂଲ୍ୟ ବର୍ଣନା କରିବା ସମ୍ଭବ ହେଉନାହିଁ। ସମୟର ପରିବର୍ତ୍ତନ : ଯାହାକୁ ଗତକାଲି ଅବହେଳା କରାଯାଉଥିଲା, ଆଜି ସେହି ହୋଇଛି ସବୁଠାରୁ ମୂଲ୍ୟବାନ ମଣିଷର ଜୀବନରେ ଯେପରି ସମୟ ପରିବର୍ତ୍ତନ ଆସେ, ସେହିପରି ସମାଜର ଚିନ୍ତାଧାରା, ଜୀବିକାର ଉପାୟ ଏବଂ ସମ୍ପତ୍ତିର ମୂଲ୍ୟ ମଧ୍ୟ ସମୟ ସହ ବଦଳିଯାଏ। ଇତିହାସକୁ ଦେଖିଲେ ଜଣାପଡ଼େ ଯେ ଏକ ସମୟରେ ଯାହାକୁ ଲୋକମାନେ ସାଧାରଣ ବା ଅନାବଶ୍ୟକ ଭାବୁଥିଲେ, ସମୟର ପ୍ରବାହରେ ସେହି ଜ...