Posts

Showing posts with the label ଓଡିଶା ବିଶ୍ୱବିଦ୍ୟାଳୟ

ଓଡ଼ିଶାରେ 4 ଟି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ରେ ବଢିବ ସୁରକ୍ଷା, ଲାଗିବ CCTV କ୍ୟାମେରା।

Image
ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ ସିସିଟିଭି ଭିଡିଓ ନଜରଦାରି ବ୍ୟବସ୍ଥା ସ୍ଥାପନ କରାଯିବ। ଏହା ମାଧ୍ୟମରେ କ୍ୟାମ୍ପସର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ନିରନ୍ତର ନଜର ରଖାଯିବ ବୋଲି ରିପୋର୍ଟ ପ୍ରକଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁସାରେ :- ଏହି ପର୍ଯ୍ୟାୟରେ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡିର ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଛି। ଏହି ଚାରିଟି ପ୍ରତିଷ୍ଠାନରେ ମୋଟ ୩,୧୪୬ଟି ସିସିଟିଭି କ୍ୟାମେରା ସ୍ଥାପନ ହେବ। ସେଥିରେ ୧,୬୦୮ଟି ବୁଲେଟ କ୍ୟାମେରା, ୧,୫୧୪ଟି ଡୋମ୍ କ୍ୟାମେରା ଓ ୨୪ଟି ପିଟିଜେ (PTZ) କ୍ୟାମେରା ରହିବ। ଉତ୍କଳ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୯୧୦ଟି ବୁଲେଟ କ୍ୟାମେରା, ୭୧୬ଟି ଡୋମ୍ କ୍ୟାମେରା ଓ ୧୦ଟି ପିଟିଜେ କ୍ୟାମେରା ସ୍ଥାପନ କରାଯିବ। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୩୨୫ଟି ବୁଲେଟ, ୩୭୭ଟି ଡୋମ୍ ଏବଂ ୪ଟି ପିଟିଜେ କ୍ୟାମେରା ଲାଗିବ। ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ୨୪୩ଟି ବୁଲେଟ, ୩୪୬ଟି ଡୋମ୍ ଓ ୭ଟି ପିଟିଜେ କ୍ୟାମେରା ସ୍ଥାପନ ହେବ। ରମାଦେବୀ ମହିଳା ବିଶ୍ୱବ...