Posts

Showing posts with the label ଭାରତ AI

ଐତିହାସିକ ପଦକ୍ଷେପ ରେ ଭାରତର AI ସ୍ବଦେଶୀ "VARYA "ଉନ୍ମୋଚିତ।

Image
ଭାରତର କୃତ୍ରିମ ବୁଦ୍ଧିମତା (AI) କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) ଅଧୀନରେ ଚାଲୁଥିବା IndiaAI Mission ର ସହଯୋଗରେ ଭାରତୀୟ AI କମ୍ପାନୀ Avataar.ai ଦେଶର ପ୍ରଥମ ସ୍ୱଦେଶୀ Distilled Video AI Model ‘Varya’ ଉନ୍ମୋଚନ କରିଛି। ଏହି AI ମଡେଲ୍ ସାଧାରଣ ଲେଖା କିମ୍ବା ପ୍ରମ୍ପ୍ଟକୁ ଉଚ୍ଚମାନର ଭିଡିଓରେ ପରିଣତ କରିପାରିବ। ଏହାକୁ ଭାରତୀୟ ପରିପ୍ରେକ୍ଷ୍ୟ, ଭାଷା ଓ ସଂସ୍କୃତିକୁ ଧ୍ୟାନରେ ରଖି ବିକଶିତ କରାଯାଇଛି।                                                            Varya କ’ଣ? ‘Varya’ ହେଉଛି ଏକ ସ୍ୱଦେଶୀ AI ଭିଡିଓ ଜେନେରେସନ୍ ମଡେଲ୍, ଯାହା ଟେକ୍ସଟ୍ କିମ୍ବା ଛବି ଆଧାରରେ କିଛି ସମୟ ମଧ୍ୟରେ ଉଚ୍ଚମାନର ଭିଡିଓ ପ୍ରସ୍ତୁତ କରିପାରେ। ଏହାକୁ ଭାରତର ବିଭିନ୍ନ ଭାଷା, ପର୍ବପର୍ବାଣୀ, ଖାଦ୍ୟ, ପୋଷାକ, ସ୍ଥାନୀୟ ସଂସ୍କୃତି ଓ ଜୀବନଶୈଳୀକୁ ବୁଝିପାରିବା ପାଇଁ ପ୍ରଶିକ୍ଷିତ କରାଯାଇଛି।  ପ୍ରମୁଖ ବିଶେଷତା ଟେକ୍ସଟ୍‌ରୁ ସିଧାସଳଖ ଭିଡିଓ ସୃଷ୍ଟି। ଛବି ଅପଲୋଡ୍ କରି AI ଭିଡିଓ ତିଆରି କରିବ...