Posts

Showing posts with the label ଚା'

ଚା' ପ୍ରେମରେ ବେଙ୍ଗାଲୁରୁ ନମ୍ବର-୧, ଅଭିବୃଦ୍ଧିରେ ଆଗରେ ଭୁବନେଶ୍ୱର.।

Image
                              ଭାରତରେ ଚା' କେବଳ ଏକ ପାନୀୟ ନୁହେଁ, ବରଂ ଦୈନନ୍ଦିନ ଜୀବନର ଏକ ଅବିଚ୍ଛିନ୍ନ ଅଂଶ। ସକାଳର ଆରମ୍ଭରୁ ସନ୍ଧ୍ୟାର ଆଡ୍ଡା ପର୍ଯ୍ୟନ୍ତ ଚା'ର ଚାହିଦା ସବୁବେଳେ ରହିଛି। କିନ୍ତୁ ବର୍ତ୍ତମାନ ଦେଶର ଚା' ପିଇବା ଅଭ୍ୟାସରେ ଏକ ନୂଆ ପରିବର୍ତ୍ତନ ଦେଖାଦେଇଛି। ନିକଟରେ ପ୍ରକାଶିତ ଏକ ବିଶ୍ଳେଷଣ ଅନୁଯାୟୀ, ବେଙ୍ଗାଲୁରୁ ଦେଶର ସବୁଠାରୁ ଅଧିକ ଚା' ପ୍ରେମୀ ସହର ଭାବେ ଉଭା ହୋଇଥିବା ବେଳେ ଭୁବନେଶ୍ୱର, କୋଚି ଓ ତିରୁବନନ୍ତପୁରମ ଭଳି ସହରରେ ଚା' ଅର୍ଡରର ଅଭିବୃଦ୍ଧି ସବୁଠାରୁ ଦ୍ରୁତ ଗତିରେ ବଢ଼ୁଛି ବୋଲି ରିପୋର୍ଟ ପ୍ରକାଶିତ ହୋଇଛି | ପ୍ରକାଶିତ ରିପୋର୍ଟ ଅନୁସାରେ  ବେଙ୍ଗଲୁରୁ ଚା' ପ୍ରତି ଆଗ୍ରହରେ ଦେଶର ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ ମୁମ୍ବାଇ ଓ ହାଇଦ୍ରାବାଦ ରହିଛନ୍ତି। ଦୀର୍ଘଦିନ ଧରି ବେଙ୍ଗାଲୁରୁକୁ କଫି ସଂସ୍କୃତିର ସହର ବୋଲି କୁହାଯାଉଥିଲେ ମଧ୍ୟ, ବର୍ତ୍ତମାନ ସେଠାରେ ଚା'ର ଲୋକପ୍ରିୟତା ଦ୍ରୁତ ଭାବେ ବଢ଼ିଛି। ବିଶେଷକରି ଆଇଟି କ୍ଷେତ୍ରର କର୍ମଚାରୀ, ଛାତ୍ରଛାତ୍ରୀ ଓ ଯୁବପିଢ଼ି ମଧ୍ୟରେ ଚା'ର ଚାହିଦା ବହୁଗୁଣ ବୃଦ୍ଧି ପାଇଛି। ଏହି ରିପୋର୍ଟର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଭୁବନେଶ୍ୱରର ପ୍ରଦର୍ଶନ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦେଶର ...