Posts

Showing posts with the label ବିଶ୍ୱ ଦରବାର

ବ୍ରିକ୍ସ ସମ୍ମିଳନୀରେ କୋରାପୁଟର ସ୍ୱାଦ। "ଟାଇଗର ବ୍ରାଇଟ୍" ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି ।

Image
[Published by: Greatfuture Info] ଭୁବନେଶ୍ୱର, ୧୨ ସେପ୍ଟେମ୍ବର ୨୦୨୬: କୋରାପୁଟର କଫି ବଗିଚାରୁ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ପହଞ୍ଚିଛି ଓଡ଼ିଶାର ସ୍ବାଦ । କୋରାପୁଟର ପୂର୍ବଘାଟ ପର୍ବତମାଳାରେ ଆଦିବାସୀ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ପ୍ରିମିୟମ ଆରବିକା କଫି “ଟାଇଗର ବ୍ରାଇଟ୍” (Tiger Bright), ବ୍ରିକ୍ସ ସମ୍ମିଳନୀରେ ଅଭ୍ୟାଗତମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି । ଏହା ବିଶ୍ୱବାସୀଙ୍କୁ ଓଡ଼ିଶାର ସ୍ୱାଦ ସହ ପରିଚିତ କରାଇବା ସହ ଆଦିବାସୀ ଉଦ୍ୟୋଗ, ମୂଲ୍ୟ ବୃଦ୍ଧି ଏବଂ ସ୍ଥାୟୀ ଜୀବିକାରେ ଅପାର ସମ୍ଭାବନାକୁ ପ୍ରଦର୍ଶିତ କରୁଛି । କୋରାପୁଟ ପାହାଡ଼ରେ ଉତ୍ପାଦିତ କଫି ପାଇଁ ବଜାର ସୃଷ୍ଟି କରିବା ଥିଲା ଆମର ପ୍ରଥମ ପ୍ରୟାସ । ବର୍ତ୍ତମାନ ଏହି ପ୍ରୟାସ ସଫଳ ହୋଇଛି । “ଭୋକାଲ୍ ଫର୍ ଲୋକାଲ୍” ର ନାରାକୁ ପ୍ରତିଫଳିତ କରି କୋରାପୁଟ କଫି ଏବେ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ପାଇଁ ଖ୍ୟାତି ଆଣି ଦେଇଛି ।   କୋରାପୁଟର ଆଦିବାସୀ ସମ୍ପ୍ରଦାୟ ପାଇଁ ‘ଟାଇଗର ବ୍ରାଇଟ୍’ର ଏହି ସଫଳତା କେବଳ ଏକ କଫି ବ୍ରାଣ୍ଡର କାହାଣୀ ନୁହେଁ ବରଂ ଏହା ସେମାନଙ୍କ ପାଇଁ ନୂତନ ସୁଯୋଗ ଆଣି ଦେଇଛି । ଆଞ୍ଚଳିକ ବ୍ରାଣ୍ଡକୁ ଅନ୍ତର୍ଜାତୀୟ ବଜାର ମିଳିଛି ।  ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଶହ ଶହ ଆଦିବାସୀ ଚାଷୀ ପରିବାରର ପରିଶ୍ରମକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରାଯାଇଛି । ଗ୍...