ଭୋଟର ତାଲିକା ରେ ତ୍ରୁଟି ସୁଧାରିବା ପାଇଁ ସେପ୍ଟେମ୍ବର 3 ରୁ ଭୁବନେଶ୍ୱର ରେ ପାଇଲଟ ସର୍ଭେ ଓ ଅକ୍ଟୋବର ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ।
Published by: Greatfuture Info ଭୁବନେଶ୍ୱର, ୩୧ ଅଗଷ୍ଟ: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ବୁଲ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଭୋଟର ତାଲିକାରେ ଥିବା ତ୍ରୁଟି ସୁଧାରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ସ୍ୱତନ୍ତ୍ର ସର୍ଭେ ଅଭିଯାନ ଆରମ୍ଭ କରାଯାଉଛି। ଏହି ଅଭିଯାନର ପାଇଲଟ୍ ପ୍ରକଳ୍ପ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସେପ୍ଟେମ୍ବର ୩ରୁ ୧୧ ତାରିଖ ପର୍ଯ୍ୟନ୍ତ କରାଯିବ। ପାଇଲଟ୍ ସର୍ଭେ ଅଧୀନରେ ଭୁବନେଶ୍ୱରର ତିନିଟି ବିଧାନସଭା କ୍ଷେତ୍ରର ତିନିଟି ୱାର୍ଡରେ ଘରକୁ ଘର ସର୍ଭେ କରାଯିବ। ଏଥିରେ ଭୁବନେଶ୍ୱର-ଉତ୍ତର ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୧୦, ଭୁବନେଶ୍ୱର-ମଧ୍ୟ ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୩୫ ଏବଂ ଭୁବନେଶ୍ୱର-ଏକାମ୍ର ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୫୨ ସାମିଲ ରହିଛି। ପାଇଲଟ୍ ସର୍ଭେର ଅଭିଜ୍ଞତା ଆଧାରରେ ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଘରକୁ ଘର ସର୍ଭେ କରାଯିବ। ଏହି ସର୍ଭେ ମାଧ୍ୟମରେ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚନ କ୍ଷେତ୍ରଗୁଡ଼ିକର ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ସୁବ୍ୟବସ୍ଥିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ, ବର୍ତ୍ତମାନ ଗୋଟିଏ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ବୁଥ୍ରେ ସାମିଲ ହୋଇଥିବା ଭଳି ସମସ୍ୟା ଦେଖାଦେଉଛି। ଏହା ସହିତ କେତେକ ସ୍ଥାନରେ ଘର ନମ୍ବର ...